ଭୁବନେଶ୍ୱର : ଝାରପଡ଼ା ଜେଲ୍ରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଛି । ସେ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ମୃତ ଘଟିଛି । ମୃତ କଏଦୀଙ୍କ ନାମ ମୋହନ ବେହେରା ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ ଗତ ୮ ତାରିଖରେ ନିଶା କାରବାର ଘଟଣାରେ ଜଟଣୀ ଥାନା ପୋଲିସ ମୋହନ ବେହେରାଙ୍କୁ ଗିରଫ କରିଥିଲା । ଦେଶୀ ମଦ ବିକ୍ରି କରୁଥିବା ନେଇ ଜଟଣୀ ଥାନା ପୋଲିସ ମୋହନକୁ ଗିରଫ କରିଥିଲା । ଏହାପରେ ତାଙ୍କୁ ଝାରପଡ଼ା ଜେଲ୍ରେ ରଖାଯାଇଥିଲା । ଗତକାଲି ଶନିବାର ରାତିରେ ମୋହନଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା । ଏହାପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।