ସମ୍ବଲପୁର : ନିଜ ଦେଶ ତଥା ମାତୃଭୂମିର ରକ୍ଷା ହେଉଛି ସୈନିକର ପ୍ରଥମ ଧର୍ମ। ଆଉ ଯେତେ ବେଳେ ଯୁଦ୍ଧ ପରିସ୍ଥିତି ଉପୁଜିବା ଥାଏ ସେତେବେଳେ ନିଜ ପରିବାର କଥା ଚିନ୍ତା କରିବା ପଛରେ ପକାଇ ଦେଶର ରକ୍ଷା ପ୍ରଥମ କର୍ତ୍ତବ୍ୟ ଜଣେ ସୈନିକଙ୍କ ପାଇଁ ହୋଇଥାଏ। ଆଉ ଜଣେ ସୈନିକଙ୍କ ଦେଶପାଇଁ ଥିବା ଭଲ ପାଇବା ଓ କର୍ତ୍ତବ୍ୟ ନିଷ୍ଟା କଥାକୁ ପୁଣି ଥରେ ଜଣେ ସୈନିକ ଅକ୍ଷର ଅକ୍ଷରେ ପାଳନ କରିଥିବା ଘଟଣା ଦେଖିବାକୁ ମିଳିଛି । ନିଜ ପ୍ରସୂତି ସ୍ତ୍ରୀକୁ ବୁର୍ଲା ଭିମସାର ଆଇସିୟୁରେ ଛାଡି ଦେଶରକ୍ଷା ପାଇଁ ସୀମାକୁ ଗଲେ ଜଣେ ଯବାନ। ସାଙ୍ଗରେ 13 ଦିନର ଶିଶୁ କନ୍ଯାକୁ ଛାଡିଯାଇଛନ୍ତି ଯବାନ । ଆମେ ଅନେକ କାହାଣୀରେ ଦେଖିଛେ ନିଜ ସ୍ତ୍ରୀ ଓ ପରିବାରକୁ ଯେ କୌଣସି ମୁହୁର୍ତରେ ଛାଡି ଭାରତୀୟ ଯବାନଟେ ଶତ୍ରୁ ସହ ଲଢ଼ିବାକୁ ବର୍ଡ଼ରକୁ ଯାଇଥାଏ ହେଲେ ଆଜି ଏ ଘଟଣା କାହାଣୀ ନୁହେଁ ସତ ଅଟେ ।
ମିଳିଥିବା ସୂଚନା ଅନୁସାରେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର ଟେଙ୍ଗନାମାଲ ଗାଁର ଦେବରାଜ ଗଣ୍ଡ ଦେଶର ସଶସ୍ତ୍ର ସୀମା ବଳରେ କାର୍ଯ୍ଯରତ ଥିବାବେଳେ ସ୍ତ୍ରୀ ଲିପି ଗଣ୍ଡ 28 ତାରିଖରେ ଏକ ଶିଶୁ କନ୍ଯାକୁ ଜନ୍ମ ଦେଇଛନ୍ତି । ତେବେ ସେହି ସମୟରେ ଦେବରାଜ ସାଙ୍ଗରେ ଥିଲେ | ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଭିମସାରରେ ଆଇସିୟୁରେ ଅଚେତ ଅବସ୍ଥାରେ 29 ତାରିଖରୁ ଅଛନ୍ତି ଲିପି । ଅନ୍ୟପକ୍ଷରେ ସଶସ୍ତ୍ର ସୀମା ବଳରୁ କଲ୍ ଆସିବାପରେ ସ୍ତ୍ରୀ ଓ ଶିଶୁକୁ ଛାଡି ସୀମା କୁ ଶତ୍ରୁ ସହ ଲଢ଼ିବାକୁ ଯାଇଛନ୍ତି ଦେବରାଜ।