ସମ୍ବଲପୁର: ବେଆଇନ ଆସ ବା ପାଉଁଶ ପରିବହନ କରୁଥିବା ଗାଡ଼ିକୁ ଜବତ କରିଛି ସମ୍ବଲପୁର ଜିଲ୍ଲା ଠେଲକୋଲେଇ ପୋଲିସ । ବେଆଇନ ଆସ ପରିବହନ କରୁଥିବା ଘଟଣାରେ ଏକକାଳୀନ ୨୩ ଗୋଟି ଟ୍ରକକୁ ଜବତ କରାଯାଇଛି । ଏହି ଗାଡ଼ିଗୁଡ଼ିକ ଝାରସୁଗୁଡା ଜ଼ିଲ୍ଲାର ଏକ ନିର୍ଦ୍ଧିଷ୍ଟ କମ୍ପାନୀର ହୋଇଥିବା ଜଣାପଡ଼ିଛି ।
ଝାରସୁଗୁଡ଼ାରୁ ବେଆଇନ ଭାବେ କାରଖାନାରୁ ଆସ୍ ଆଣି ଠେଲକଲୋଇ ସରକାରୀ ହାଇସ୍କୁଲ ନିକଟରେ ପକାଉଥିବା ପୋଲିସ ସୂଚନା ପାଇଥିଲା l ତ୍ୱରିତ ପଦକ୍ଷେପ ସ୍ୱରୁପ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଗାଡିକୁ ଜବତ କରିଛି । ସେପଟେ ଏହି ସମସ୍ତ ଆସ ଗାଡ଼ିଗୁଡିକ ଝାରସୁଗୁଡା ଜ଼ିଲ୍ଲାର ଏକ ନିର୍ଦ୍ଦିଷ୍ଟ କାରଖାନାରୁ ଆସୁଥିବା ଜଣାପଡ଼ିଛି । ପ୍ରଶାସନର ବିନା କୌଣସି ଅନୁମତିରେ ପ୍ରତ୍ୟେକ ଦିନ ଏଭଳି ବେଆଇନ ଆସ ଝାରସୁଗୁଡା ଜ଼ିଲ୍ଲାରୁ ସମ୍ବଲପୁର ଜ଼ିଲ୍ଲାକୁ ଆଣି ଯେଉଁଠି ନାହିଁ ସେଇଠି ମନ ଇଚ୍ଛା ଅନଲୋଡ୍ କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ଗାଡ଼ି ଗୁଡ଼ିକ ଜବତ କରି ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ନେଇ କହିଛନ୍ତି ସମ୍ବଲପୁର ଏସପି ମୁକେଶ କୁମାର ଭାମୁ ।