ବୌଦ୍ଧ: ଆତଙ୍କ ଖେଳାଇଛି ଗଜରାଜ । ପନିପରିବା ଚାଷଜମି କିଛି ମାନୁ ନାହିଁ । କେଉଁଠି ଫଳ ପନିପରିବା ଭଳି ଫସଲ ନଷ୍ଟ କରିଲାଣି ତ କେତେବେଳେ ଚାଷଜମିରେ ପଶି ଫସଲ ନଷ୍ଟ କରିବାରେ ଲାଗିଛି । ଏପରି ଘଟଣା ଘଟିଛି ବୌଦ୍ଧ ପୁରୁଣା କଟକ ରେଞ୍ଜ ରାମଗଡ଼ ଗ୍ରାମରେ ।
ଦନ୍ତା ଚାଷଜମିରେ ପଶି ବ୍ୟାପକ ଫସଲ ଉଜାଡ଼ିଦେଇଛି । ଏନେଇ ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀ ଘଉଡ଼ାଇବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛି । ସୂତ୍ରରୁ ପ୍ରକାଶ ଗତକାଲି ରାତିରୁ ଏକ ଦନ୍ତା ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ମାଧପୂର ବନାଞ୍ଚଳରୁ ରାମଗଡ଼ ଗ୍ରାମରେ ଉତ୍ପାତ ସୃଷ୍ଟି କରିଛି ।
ହାତୀକୁ ଦେଖି ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଥିବା ବେଳେ ହାତୀଟି ଜମିରେ ପଶି ଫଳମୂଳ ଓ ପନିପରିବା ସହିତ ଫସଲ ନଷ୍ଟ କରି ଚାଷୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏହି ସମୟରେ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀଟିକୁ ଘଉଡାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ମାନେ କ୍ଷତିପୂରଣ ପାଇଁ ଦାବି କରିଛନ୍ତି ।