ପୁରୀ : ଶ୍ରୀମନ୍ଦିର ସୁରକ୍ଷାରେ ଯୋଡି ହେଲା କେନ୍ଦ୍ର ସୁରକ୍ଷା ବଳର ବଜ୍ର ଯାନ । ଏଥିରେ ବିଭିନ୍ନ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ରହିଛି l ବଜ୍ର ଯାନ ଦ୍ବାରା ଶ୍ରୀମନ୍ଦିରକୁ ୨୪ ଘଣ୍ଟିଆ ସୁରକ୍ଷା ଦେବେ ସୁରକ୍ଷା ସେନାର ସ୍ୱତନ୍ତ୍ର କମାଣ୍ଡୋ । ଭାରତ ପାକିସ୍ତାନ ଉତ୍ତେଜନା ମଧ୍ୟରେ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରିଛନ୍ତି । ରଥଯାତ୍ରା ପୂର୍ବରୁ ଆଜି ଶ୍ରୀମନ୍ଦିର ସୁରକ୍ଷା ଓ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଡିଜିପି ୱାଇବି ଖୁରାନିଆ । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।ଏହାସହ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଡିଜିପି । ଏହି ବୈଠକରେ ସ୍ନାନଯାତ୍ରା ଓ ରଥଯାତ୍ରା ନେଇ ଅନୁଧ୍ୟାନ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ୍ ବ୍ୟବସ୍ଥା ନେଇ ଆଲୋଚନା ହୋଇଛି । ଡିଜିଙ୍କ ସହିତ ଏଡିଜି ଅମିତାଭ ଠାକୁର, ଏଡିଜି ଦୟାଲ ଗଙ୍ଗୱାର, ଆଇଜି ସିଆର୍ ପ୍ରବିଣ କୁମାର, ଆଇଜି ଅନୁପ ସାହୁ, ଡିଆଇଜି ପିନାକ ମିଶ୍ର, ଏସପି ବିନତ ଅଗ୍ରୱାଲ ପ୍ରମୁଖ ଶ୍ରୀମନ୍ଦିର ଭିତର ଓ ବାହାର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।
ଚଳିତ ବର୍ଷ ରଥଯାତ୍ରା ଶୃଙ୍ଖଳିତ ଭାବେ ଶେଷ ନେଇ ପୁରୀ ପୋଲିସ ବଡ଼ ଚ୍ୟାଲେଞ୍ଜ ରହିଥିବା ଡ଼ିଜି ମତ ରଖିଛନ୍ତି l ଶୃଙ୍ଖଳିତ ରଥଯାତ୍ରା ନେଇ ବ୍ୟାପକ ପୋଲିସ ଫୋର୍ସ ମୁତୟନ ସହ ସହରରେ ସିସି ଥିବl କ୍ୟମେରା ଲଗାଯିବ ବୋଲି ନିଷ୍ପତି ନିଆଯାଇଛି l ବର୍ତ୍ତମାନର ସମ୍ଭାବ୍ୟ ପରିସ୍ଥିତି କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯିବା ସହ କୋଷ୍ଟଗାର୍ଡ ଓ ଭାରତୀୟ ନୌସେନା ର ସହଯୋଗ ଲୋଡ଼ାଯିବ l ସେହିପରି ସୁରକ୍ଷା ଦୃଷ୍ଟି କୋଣରୁ ସ୍ୱତ୍ରନ୍ତ୍ର AI ଟେକନଲୋଜି ବ୍ୟବହାର କରାଯିବା ସହ RPF ଓ ଅନାନ୍ୟ ସୁରକ୍ଷା ମାନଙ୍କୁ ନିୟୋଜିତ କରାଯିବ l ଏ ନେଇ ଆଜି ପୁରୀ ଏସପି କାର୍ଯ୍ୟାଳୟ ଠାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତି ନିଆଯାଇଥିବା ଡ଼ିଜି ସୂଚନା ଦେଇଛନ୍ତି l