ବଲାଙ୍ଗୀର: ଶତାଧିକ ନେତା ବିଜେଡ଼ି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବିଧାୟକ ନବିନ ଜୈନଙ୍କ ନେତୃତ୍ୱରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ବିକାଶ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇଛି । ଏନେଇ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ଆସି ବିଜେପିରେ ସାମିଲ ହୋଇଛନ୍ତି । ରବିବାର ସନ୍ଧ୍ୟାରେ ସ୍ଥାନୀୟ ବିଜେପି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବେଲଗାଁ ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ଶତାଧିକ ବିଜେଡ଼ି ନେତା ବିଜେପିରେ ସାମିଲ ହୋଇଛନ୍ତି । ବିଧାୟକ ନବିନ ଜୈନ, ଟିଟିଲାଗଡ଼ ପୌରାଧ୍ୟକ୍ଷା ମମତା ଜୈନ ସଭିଙ୍କୁ ଦଳର ଉତ୍ତରୀୟ ପ୍ରଦାନ ସହ ସ୍ୱାଗତ କରିଥିଲେ ।
ଏହି ଅବସରରେ ଦେଶର ସମ୍ମାନ ତଥା ଗର୍ବ ଗୌରବ ସେନା ବାହିନୀଙ୍କୁ ବିଧାୟକ ପ୍ରଶଂସା ସହ ଡବଲ ଇଞ୍ଜିନ ସରକାର ପ୍ରତ୍ୟେକ ବର୍ଗଙ୍କ ଉତଥାନ ସହ ଅର୍ଥନୈତିକ ବିକାଶ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଆସିଥିବା କହିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶାସନରେ ଖୁସି ହୋଇ ସେମାନେ ବିଜେପିରେ ସାମିଲ ହୋଇଛନ୍ତି ବୋଲି ମତବ୍ୟକ୍ତ କରିଛନ୍ତି ।