ନୂଆଦିଲ୍ଲୀ: ଆମର ଲଢ଼େଇ ଆତଙ୍କବାଦ ଏବଂ ଆତଙ୍କବାଦୀଙ୍କ ବିରୋଧରେ ଥିଲା, ତେଣୁ ମେ ୭ ରେ ଆମେ କେବଳ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲୁ । ଏହା ଦୁର୍ଭାଗ୍ୟଜନକ ଯେ ପାକିସ୍ତାନୀ ସେନା ଆତଙ୍କବାଦୀଙ୍କୁ ସମର୍ଥନ କରିବାକୁ ଉଚିତ ମନେ କଲା ଏବଂ ଏହି ଲଢ଼େଇକୁ ନିଜର ଲଢ଼େଇ କଲା। ଏହି ପରିସ୍ଥିତିରେ, ଆମର ପ୍ରତିଶୋଧ ଅତ୍ୟନ୍ତ ଆବଶ୍ୟକ ଥିଲା ଏବଂ ଏଥିରେ ସେମାନେ ଯାହା କ୍ଷତି ସହିଲେ, ସେମାନେ ନିଜେ ଏଥିପାଇଁ ଦାୟୀ । ଆମର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଦେଶ ପାଇଁ ଦୁର୍ଗ ଭଳି ଠିଆ ହୋଇଥିଲା ଏବଂ ଶତ୍ରୁଙ୍କ ପାଇଁ ଏଥିରେ ପ୍ରବେଶ କରିବା ଅସମ୍ଭବ ଥିଲା ବୋଲି ଭାରତୀୟ ସୈନ୍ୟ ମହାନିର୍ଦ୍ଦେଶକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏୟାର ମାର୍ଶାଲ ଏ କେ ଭାରତୀ ।
ଚାଇନା କା ମାଲ୍ ଦରିଆ ମେଁ ଡାଲ୍
ତେବେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ପରିସ୍ଥିତି ପ୍ରତିଶୋଧ ପରାୟଣ ହୋଇ ପାକିସ୍ତାନ ଯେଉଁ ଚୀନ ନିର୍ମିତ କ୍ଷେପଣାସ୍ତ୍ର ବ୍ୟବହାର କରୁଥିଲା ତାହାକୁ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ସେନା ଅଚଳ କରିବାରେ ସକ୍ଷମ ହୋଇଥିଲା । ଯାହାର ଭଗ୍ନାବଶେଷକୁ ଦେଖାଇଛି ସେନା । ଚୀନ୍-ଉତ୍ପନ୍ନ PL-୧୫ କ୍ଷେପଣାସ୍ତ୍ର, ଖଣ୍ଡବିଖଣ୍ଡିତ ହୋଇଥିବା ଏକ ଦୂରଗାମୀ ରକେଟ, ନଷ୍ଟ ହୋଇଥିବା ମାନବହୀନ ବାୟୁ ପ୍ରଣାଳୀ ଏବଂ ଚୀନ ନିର୍ମିତ ଆଇଏଚଏ ସିଷ୍ଟମକୁ (IHA) ସମ୍ପୂର୍ଣ୍ଣ ନଷ୍ଟ କରାଯାଇଛି ।