ନୂଆଦିଲ୍ଲୀ: ପାକିସ୍ତାନ ସର୍ବଦା ଆତଙ୍କବାଦୀଙ୍କୁ ଲୁଚାଇବା ପାଇଁ ଉଦ୍ୟମ କରିଥାଏ । ପାକିସ୍ତାନ ଆଜିର ତାରିଖରେ ଆତଙ୍କବାଦୀଙ୍କ ପାଇଁ ସବୁଠୁ ସୁରକ୍ଷିତ ଆଶ୍ରୟସ୍ଥଳୀ ପାଲଟିଛି । କିନ୍ତୁ କିନ୍ତୁ ଯେତେ ଲୁଚେଇଲେ ବି ସର୍ବଦା ପାକିସ୍ତାନର ସତ ସାମ୍ନାକୁ ଚାଲି ଆସିଛି । ଭାରତୀୟ ସେନାର ଅପରେସନ ସିନ୍ଦୂର ପରେ ପୁଣି ଥରେ ପାକିସ୍ତାନର ମୁଖା ଖୋଲିଛି । କେମିତି ଆତଙ୍କବାଦୀଙ୍କ ଶେଷ କୃତ୍ୟରେ ପାକିସ୍ତାନ ସେନାର ଅଫିସର ଲୁହ ବୁହାଉଛନ୍ତି ତାର ଚିତ୍ର ପୂରା ଦୁନିଆ ଦେଖିଛି । ଆତଙ୍କବାଦୀ ଶବ ଉପରେ ଫାତିହା ପଢୁଥିବା ବ୍ୟକ୍ତି ଆଉ କେହି ନୁହେଁ ବରଂ ଆତଙ୍କୀ ହାଫିଜ ଅବଦୁର ରଉଫ । ଆମେରିକା ମଧ୍ୟ ରଉଫକୁ ଆତଙ୍କୀ ତାଲିକାରେ ସାମିଲ କରିଛି ।
ସୋସିଆଲ ମିଡିଆରେ ଯେବେ ପାକିସ୍ତାନରେ ଆତଙ୍କବାଦୀଙ୍କ ଅନ୍ତିମ ଶୋଭାଯାତ୍ରାର ଫଟୋ ଭାଇରାଲ୍ ହେଲା ସେଥିରେ ପାକିସ୍ତାନର ସେନା ସଫେଇ ଦେଇଥିଲା । ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନ ସେନା ଦାବି କରିଥିଲା ଯେ, ଯାହାକୁ ଆତଙ୍କୀ ଦର୍ଶାଯାଉଛି ସେ ସାଧାରଣ ମୌଲବୀ । ସେ ଜଣେ ପାରିବାରିକ ବ୍ୟକ୍ତି । ଡିଜି ଆଇଏସପିଆର ତାର ନ୍ୟାସନାଲ ଆଇ କାର୍ଡ ବି ଦେଖାଇଥିଲେ । ଏହି ଆଇଡି କାର୍ଡରୁ ପାକିସ୍ତାନ ସେନାର ସବୁ ପୋଲ୍ ଖୋଲିବା ସହ ସତ ସାମ୍ନାକୁ ଆସିଛି ।
ଅନଦନ୍ୟୁଜବିଟ ଏକ୍ସରେ ଦାବି କରିଛି ଯେ, ପାକିସ୍ତାନ ସେନା ଯେଉଁ ମୌଲାନାକୁ ସାଧାରଣ ବ୍ୟକ୍ତି ଓ ସାମାନ୍ୟ ମୌଲବୀ ବୋଲି କହୁଛନ୍ତି, ତାର ଆଇଡି କାର୍ଡ ତଥ୍ୟରୁ ସେ ବିଶ୍ୱ ଆତଙ୍କୀ ତାଲିକାରେ ଥିବା ଜଣା ପଡିଛି । ପାକିସ୍ତାନର ଡିଜି ଆଇଏସପିଆର ଯେଉଁ ଆଇଡି କାର୍ଡ ସେୟାର କରିଥିଲେ, ସେଥିରେ ନାଁ, ଜନ୍ମ ତାରିଖ ଓ ନ୍ୟାସନାଲ ଆଇଡି କାର୍ଡ ନମ୍ବର ଆତଙ୍କୀ ହାଫିଜ ଅବଦୁରର ହିଁ ଥିଲା ।