ଭୁବନେଶ୍ୱର: ଖୁବଶୀଘ୍ର ଆଣ୍ଡାମାନ ଦ୍ବୀପ ଛୁଇଁବ ମୌସୁମୀ । ଆଣ୍ଡାମାନ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପହଞ୍ଚିବ ମୌସୁମୀ ବାୟୁ । ସୂଚନା ଅନୁଯାୟୀ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆଣ୍ଡାମାନ ଉପକୂଳ ଛୁଇଁବ ମୌସୁମୀ ପ୍ରବାହ । ଏହାର ୧୫ ଦିନ ପରେ କେରଳ ଉପକୂଳ ଛୁଇଁବ ମୌସୁମୀ । କେରଳରେ ମୌସୁମୀର ଆଗମନ ପରେ ମୁମ୍ବାଇ ନିକଟରେ ମୌସୁମୀ 10 ଦିନ ଅନ୍ତରାଳରେ ପହଞ୍ଚିବ । ଚଳିତ ବର୍ଷ ଭାରତର ମୁଖ୍ୟ ଭୂଖଣ୍ଡରେ ମୌସୁମୀ ଜଲଦି ପହଞ୍ଚିବ ।