ଦେବଗଡ: ଡାକ୍ତର ହେବାର ସ୍ବପ୍ନ ପୁରା କଲେ ଆଦିବାସୀ ପୁଅ । ଆଦିବାସୀ ଅଞ୍ଚଳରେ ଜନ୍ମ ହୋଇ ସେ ଆଜି ନିଜ ସ୍ବପ୍ନ ପୁରା କରି ପାରିଛନ୍ତି । ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଆମ୍ବଘାଟ ଗ୍ରାମର ଆଦିବାସୀ ପୁଅ ଡାକ୍ତର ହୋଇ ଏହି ଅଞ୍ଚଳ ତଥା ଓଡିଶା ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ ପାଲଟିଛନ୍ତି ।
ଆମ୍ବଘାଟ ଗ୍ରାମର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ଗୋପବନ୍ଧୁ ନାୟକଙ୍କ ସୁପୁତ୍ର ଡାକ୍ତର ଅଜିତ କୁମାର ନାୟକଙ୍କ ଅଦ୍ଭୁତପୂର୍ବ ସାଫଲ୍ୟ ପାଇଁ ଅଞ୍ଚଳ ବାସୀ ଓ ପରିବାରର ସମସ୍ତେ ଗଭୀର ଆନନ୍ଦ ପ୍ରକାଶ କରିଛନ୍ତି। ଡାକ୍ତର ନାୟକ ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ୱାରା ପ୍ରକାଶିତ ସାମ୍ପ୍ରତିକ ଫଳାଫଳରେ କୃତକାର୍ଯ୍ୟ ହୋଇ ମାଇକ୍ରୋବାୟୋଲୋଜି (Microbiology) ବିଭାଗରେ ସହକାରୀ ପ୍ରଫେସର (Assistant Professor) ଭାବେ ସଫଳ ହାସଲ କରି ମନୋନୀତ ହୋଇଛନ୍ତି। ସେ ସରକାରୀ ବିଦ୍ୟାଳୟରୁ ନିଜର ପ୍ରାଥମିକ ଶିକ୍ଷା ଶେଷ କରିଥିବା ଜଣେ ଅତ୍ୟନ୍ତ ମେଧାବୀ ଛାତ୍ର ଥିଲେ। ସେ କଟକର ପ୍ରସିଦ୍ଧ ଏସ.ସି.ବି. ମେଡିକାଲ କଲେଜରୁ MBBS, PG କରିଥିଲେ । ତାଙ୍କର ଏହି ସଫଳତାରେ ଦେବଗଡ ଜିଲ୍ଲାରେ ଖୁସିର ଲହରୀ ଦେଖିବାକୁ ମିଳିଛି।