ବାଲେଶ୍ବର: ଆଜି ସକାଳୁ ଦୋକାନରେ ଏକାଧିକ ଗ୍ୟାସ୍ ସିଲିଣ୍ଡର ଫାଟି ବିସ୍ଫୋରଣ ହୋଇଛି । ଏପରି ଏକ ଅଭାବନୀୟ ଘଟଣା ବାଲେଶ୍ବର ଜିଲ୍ଲା ମେରାଇନ୍ ଥାନା ଅଞ୍ଚଳରେ ଘଟିଛି । ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ।
ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ନାଉପାଳଗଡ଼ିରେ ଆଜି ସକାଳୁ ଜଣେ ସିଲିଣ୍ଡର ବ୍ୟବସାୟୀଙ୍କ ଦେକାନରେ କୌଣସି କାରଣରୁ ଗ୍ୟାସ୍ ସିଲିଣ୍ଡର ଫାଟିଯାଇଥିଲା । ଯାହା ଭୟାବହ ଅଗ୍ନିକାଣ୍ଡର ରୂପ ନେଇଥିଲା । ନିଆଁର ରୂପ ଏତେ ଭୟଙ୍କର ଥିଲା ଯେ, ତାହା ଆଖପାଖ ଅଞ୍ଚଳକୁ ମଧ୍ୟ ବ୍ୟାପି ଯାଇଥିଲା । ଏନେଇ ସ୍ଥାନୀୟ ଲୋକେ, ଦମକଳବାହିନୀକୁ ଖବର ଦେଇଥିଲେ । ଖବର ପାଇ, ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଏନେଇ ସ୍ତାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ବିସ୍ପୋରଣର କାରଣ ଅସ୍ପଷ୍ଟ ରହିଛି । ଏହାର ପ୍ରଭାବରେ କୌଣସି କ୍ଷୟକ୍ଷତି ଓ ମୃତାହତଙ୍କ ସୂଚନା ମିଳିନାହିଁ ।