ପୁରୀ : ଅପରେସନ ସିନ୍ଦୂର ପରେ ଭାରତ-ପାକିସ୍ତାନ ଯୁଦ୍ଧବିରତି ରାଜି ହୋଇଛନ୍ତି l ହେଲେ ଏହା ପୂର୍ବରୁ ଜାମ୍ମୁରେ ଉପୁଜିଥିବା ଭୟର ପରିସ୍ଥିତି କିପରି ଥିଲା ବଖାଣିଛନ୍ତି ପଢୁଥିବା ପୁରୀର ଝିଅ l
ଭାରତ ପାକିସ୍ତାନ ଯୁଦ୍ଧ ସ୍ଥିତି ମଧ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତାରେ ଜମ୍ମୁରେ ସୁରକ୍ଷିତ ଫେରିଛନ୍ତି ପୁରୀ ସୁଜାତା ନଗର ଜଣେ ଛାତ୍ରୀ l ପୁରୀ ସୁଜାତା ନଗର ନିବାସୀ ଜୋସ୍ନାରାଣୀ ପୃଷ୍ଟିଙ୍କ ଝିଅ ତେଜସ୍ୱନୀ ମହାପାତ୍ର l ଜାମ୍ମୁ କୋଟ ଭଲୱାଲ ଜିଲ୍ଲାରେ ଥିବା ଶ୍ରୀ ରାଣବୀର କ୍ୟାମ୍ପସରେ ବି.ଏଡ଼ (B.eD )ପାଠ ପଢୁଥିଲେ l ଦୁଇ ବର୍ଷ ଧରି ଜମ୍ମୁରେ ରହି ପାଠ ପଢ଼ୁଥିବା ବେଳେ ଭାରତ ପାକିସ୍ତାନ ଯୁଦ୍ଧ ହେବା ଖବର ପରିବାର ଲୋକଙ୍କୁ ବିଚଳିତ କରିଥିଲା l ଝିଅ କିପରି ସୁରକ୍ଷିତ ଶ୍ରୀ କ୍ଷେତ୍ର ଫେରିବ ସେ ନେଇ ମହାପ୍ରଭୁଙ୍କ ନିକଟରେ ପରିବାର ଲୋକ ପ୍ରାର୍ଥନା କରୁଥିଲେ l ଛାତ୍ରୀ ଜଣକ ଯୁଦ୍ଧର ଭାୟା ଭୟ ପରିସ୍ଥିତି କଥା ବଖାଣି କହିଛନ୍ତି ଯେ ଚାରିଆଡ ଅନ୍ଧାର ସାଙ୍ଗକୁ କେତେବେଳେ ବି କିଛି ଘଟିବାର ଭୟ ସମସ୍ତଙ୍କୁ ଘାରିଥିଲା l ତେବେ ଏହାରି ମଧ୍ୟରେ ନିଜକୁ ଏବଂ ଅନ୍ୟକୁ ସୁରକ୍ଷିତ ରଖିବା ଲାଗି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଥିଲେ l
ଅନ୍ୟପଟେ ଜମ୍ମୁରେ ଥିବା ସମସ୍ତ ଛାତ୍ର ଛାତ୍ରୀ କିପରି ସୁରକ୍ଷିତ ଓଡିଶା ଫେରିଆସିବେ ସେଥିଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିଲା ସ୍ୱତନ୍ତ୍ର ବ୍ୟବସ୍ଥା l ତେବେ ଫେରିଆସି ନିଜ ପରିବାରଙ୍କୁ ଭେଟି ବେଶ ଖୁସିବ୍ୟକ୍ତ କରିଛନ୍ତି ତେଜସ୍ୱିନୀ l ଝିଅ ସୁରକ୍ଷିତ ଭାବେ ଘରେ ପହଞ୍ଚି ଥିବାହେତୁ କେନ୍ଦ୍ର ସରକାର ରାଜ୍ୟସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ପରିବାର ଲୋକେ l