ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କୁ ମିଳିବ ତାଲିମ । ଦେଶ ମାତୃକାର ସେବା ପାଇଁ ଆଜିକାଲିର ଛାତ୍ରଛାତ୍ରୀଙ୍କୁ ଦିଆଯିବ ତାଲିମ। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି । ଭାରତ ପାକିସ୍ତାନର ଯୁଦ୍ଧ ସ୍ଥିତିକୁ ଦୃଷ୍ଟିରେ ରଖାଯାଇ ଏପରି ନିଷ୍ପତ୍ତି ନିଆଯାଇଛି । ଛାତ୍ରଛାତ୍ରୀମାନଙ୍କୁ ସାମରିକ, ଅର୍ଦ୍ଧସାମରିକ, ପୋଲିସ ସେବାରେ ନିୟୋଜନ ପାଇଁ ତାଲିମ ପ୍ରଦାନ କରାଯିବ । ସବୁ ବିଭାଗରେ ଦେଶର ଶକ୍ତିକୁ ମଜଭୁତ କରିବା ପାଇଁ ଏହା ଏକ ଅନନ୍ୟ ପ୍ରୟାସ । ଦେଶ ସେବା ପାଇଁ ‘ସୁଯୋଗ ସୃଷ୍ଟି ସହ NCCକୁ ସଶକ୍ତ କରାଯିବ। ଦେଶ ଭିତରେ ଓ ବାହାରେ ଥିବା ଶତ୍ରୁଙ୍କ ଦମନ ପାଇଁ ପ୍ରଶିକ୍ଷଣ ଦିଆଯିବ । ଉଚ୍ଚଶିକ୍ଷା ବିଭାଗରେ ଏପରି ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି । ଦେଶ ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ।