ଭୁବନେଶ୍ୱର: କାଳବୈଶାଖୀ ବର୍ଷାରେ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିବା ପରେ ରାଜ୍ୟରେ ପୁଣି ଜାରି ହୋଇଛି ଗ୍ରୀଷ୍ମ ପ୍ରବାହ। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟବାସୀଙ୍କୁ ତାତି ଓ ଗୁଳୁଗୁଳିରୁ ନିସ୍ତାର ନାହିଁ । ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ତାପମାତ୍ରା ଦୁଇରୁ ତିନି ଡିଗ୍ରୀ ବଢିବାର ସମ୍ଭାବନା ରହିଛି । ଗତକାଲି ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୪୦ ଡିଗ୍ରୀ ଟପିଛି । ଯାହା ଚଳିତବର୍ଷର ସର୍ବାଧିକ ତାପମାତ୍ରା ବୋଲି ରେକର୍ଡ ହୋଇଛି । ଆଜି ତାତି ଓ ଗୁଳୁଗୁଳି ପାଇଁ ୧୫ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ।
ଗତକାଲି ଦିନ ୨ଟା ୩୦ ସୁଦ୍ଧା ତାପମାତ୍ରା ୪୦.୪ ଛୁଇଁଛି । ଗତକାଲି ଭୁବନେଶ୍ବର ତାପମାତ୍ରା ୪୦.୨ ପର୍ଯ୍ୟନ୍ତ ଯାଇଥିଲା । ସେହିପରି ହୀରାକୁଦରେ ୪୦.୪, ରାଉଲକଲାରେ ୪୦, ଚାନ୍ଦବାଲି ୩୯.୨, ବାଲେଶ୍ବରରେ ୩୮.୨ ଏବଂ ଝାରସୁଗୁଡାରେ ଦିନ ୨.୩୦ ସୁଦ୍ଧା ୩୭.୬ ଡିଗ୍ରୀ ରେକର୍ଡ ହୋଇଛି ।