ନବରଙ୍ଗପୁର: ତିନି ଭାଲୁର ଆକ୍ରମଣରେ ସାଇକେଲ ଆରୋହୀ ଆହତ । ଏପରି ଏକ ଘଟଣା ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ନାକଟିସେମଡା ପଞ୍ଚାୟତର ନୟାନପାରା ନିକଟରେ ଘଟିଛି ।
ସୂଚନା ଅନୁସାରେ, ନାକଟିସେମଡାର ରାଇସିଂ ଗଣ୍ଡ ହାତୀ ଗାଁକୁ ସାଇକେଲ ଯୋଗେ ଯାଉଥିବା ସମୟରେ ତିନୋଟି ଭାଲୁ ଆକ୍ରମଣର ଶିକାର ହୋଇଥିଲେ । ରାଇସିଂ ଭାଲୁ ଆକ୍ରମଣରୁ ନିଜକୁ ବଞ୍ଚାଇବାକୁ ଯାଇ ରକ୍ତାକ୍ତ ଅବସ୍ଥାରେ ନିକଟସ୍ଥ ଗ୍ରାମକୁ ଯାଇଥିଲେ । ଏନେଇ ସ୍ଥାନୀୟ ଲୋକେ, ଚିକିତ୍ସା ପାଇଁ ତାଙ୍କୁ ଉଦ୍ଧାର କରି ହାଟଭାରଣ୍ଡୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ୱାଭାବିକ ଥିବା ଜଣାପଡିଛି ।