ନୂଆଦିଲ୍ଲୀ: ପୂର୍ବତନ ସାଂସଦ ତଥା ବିଜେପି ନେତ୍ରୀ ନବନୀତ କୌର ରାଣାଙ୍କୁ ପାକିସ୍ତାନରୁ ହତ୍ୟା ମିଳିଥିବା ସୂଚନା ମିଳିଛି । ନବନୀତଙ୍କୁ ଅଲଗା ଅଲଗା ପାକିସ୍ତାନୀ ନମ୍ବରରୁ ଫୋନ୍ କଲ୍ ଆସୁଛି । ଫୋନ୍ କଲରେ କୁହାଯାଇଛି, ଆମ ପାଖରେ ତୁମର ପୁରୀ ସୂଚନା ଅଛି । ହିନ୍ଦୁ ସିଂହୀ ତୁ କିଛି ଦିନର ଅତିଥି, ତୁମକୁ ଶେଷ କରି ଦେବୁ, ନାଁ ସିନ୍ଦୂର ରହିବ ନାଁ ସିନ୍ଦୂର ଲଗାଇଲାବାଲୀ ରହିବ ।
ନବନୀତ ରାଣା ଅପରେସନ ସିନ୍ଦୂର ପରେ ତାଙ୍କର ଏକ ବ୍ୟକ୍ତିଗତ ବୟାନ ଦେଇଥିଲେ । ସେ କହିଥିଲେ, ଘର୍ ମେଁ ଘୁସକର୍ ମାରା ହେ, କବ୍ର ତୁହ୍ମାରୀ ଖୋଦୀ ହେ, ଦେଶ୍ କୀ ଗଦ୍ଦୀ ପର୍ ବାପ୍ ବୈଠା ତୁହ୍ମାରୀ ମୋଦୀ ହେ ( ଘରେ ପଶିକି ମାରିଲୁ, କବର ତୁମର ଖୋଳିଳୁ, ଦେଶର ଗାଦୀରେ, ତୁମର ବାପ ବସିଛି ମୋଦୀ ) । ଏହା ସହିତ ସେ ସୋସିଆଲ୍ ମିଡିଆ ଏକ୍ସରେ ଲେଖିଥିଲେ, ସିନ୍ଦୂରର ବଦଲା ସିନ୍ଦୂରରେ ନିଆଗଲା, ଜୟ ହିନ୍ଦ୍ ।
ଏପ୍ରିଲ ୨୨ରେ ପହଲଗାମ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କୁ ହିନ୍ଦୁ ଆଧାରରେ ହତ୍ୟା କରାଯାଇଥିଲା । ଯାହାର ପ୍ରତିଶୋଧରେ ଭାରତୀୟ ସେନା ମେ ୬-୭ ତାରିଖରେ ପାକିସ୍ତାନ ଓ ପିଓକେରେ 9ଟି ଆତଙ୍କବାଦୀ ଠିକଣାକୁ ଧ୍ୱଂସ କରିଥିଲେ ।
ନବନୀତ ନିଜର କଠୋର ମନ୍ତବ୍ୟ ପାଇଁ ବେଶ ଜଣାଶୁଣା । ଯେତେବେଳେ ମହାରାଷ୍ଟ୍ରରେ ଔରଙ୍ଗଜେବଙ୍କ ସମାଧୀସ୍ଥଳକୁ ନେଇ ବିବାଦ ଦେଖାଦେଇଥିଲା, ସେତେବେଳେ ମଧ୍ୟ ସେ କହିଥିଲେ, ଯଦି ଏତେ ଭଲ ପାଇବା ଅଛି ତେବେ ଔରଙ୍ଗଜେବଙ୍କ ସମାଧୀକୁ ନେଇ ନିଜର ଘରେ ସଜେଇକି ରଖ ।
ଅଧିକ ପଢ଼ନ୍ତୁ:- ଅପରେସନ୍ ସିନ୍ଦୂର: ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ମନେ ରଖିବାକୁ ପଡ଼ିବ, ଆତଙ୍କବାଦୀ ମୁଣ୍ଡ ଟେକିଲେ ଏ ଚିତ୍ର ଦେଖାଇବ