ନୂଆଦିଲ୍ଲୀ: ଆମର ଲକ୍ଷ୍ୟ ଥିଲା ଆତଙ୍କବାଦ ଓ ଆତଙ୍କବାଦୀ ବିରୁଦ୍ଧରେ ଲଢ଼େଇ କରିବା । ଅପରେସନ ସିନ୍ଦୂରରେ ୯ ଆତଙ୍କବାଦୀ ଠିକଣାକୁ ଧ୍ୱଂସ କରାଯାଇଛି । ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ଆମକୁ ଏହି ନାଁ ସମସ୍ତଙ୍କୁ ମନେ ପକାଇଦେବାକୁ ପଡ଼ିବ, ଯେତେବେଳେ ଆତଙ୍କବାଦୀ ମୁଣ୍ଡ ଟେକି ଉଠିବ, ସେତେବେଳେ ଆମକୁ ଏହି ଚିତ୍ର ଦେଖାଇବାକୁ ପଡ଼ିବ ଅପରେସନ୍ ସିନ୍ଦୂର, ଭାରତର ରାଜନୀତି କେଉଁ ଅବସ୍ଥା କରିଥିଲା ।
ଅପରେସନ୍ ସିନ୍ଦୂରର ସଫଳତା ପରେ ପ୍ରଥମ ଥର ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଦଳର ମୁଖପାତ୍ର ତଥା ପୁରୀ ଲୋକସଭା ସାଂସଦ ପ୍ରଥମ ଥର ପାଇଁ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । କେବଳ ବିଜେପିର ଏକ ସଦସ୍ୟଭାବେ ନୁହେଁ ଏକ ଭାରତୀୟ ଭାବେ ଏହି ସାମ୍ବାଦିକ ସମ୍ମିଳନୀ କରୁଛି । ଯେଉଁଭଳିଭାବେ ଅପରେସନ ସିନ୍ଦୂର ଜରିଆରେ ଆତଙ୍କବାଦ ଆଡ୍ଡା ଉପରେ ଆକ୍ରମଣ କରାଯାଇଛି, ଏହା ବିଶ୍ୱକୁ ଆତଙ୍କବାଦୀ ବିରୁଦ୍ଧରେ ଏକ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନର ସନ୍ଦେଶ ଦେଉଛି । ଭାରତୀୟ ସେନା ଅଦମ୍ୟ ସାହସ ଦେଖାଇଛନ୍ତି ।
ଆତଙ୍କବାଦୀଙ୍କ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ହୋଇଛି
ଯାହା ୫୦ ବର୍ଷ ମଧ୍ୟରେ ସମ୍ଭବ ହୋଇ ନ ଥିଲା ଏବେ ହେଲା
ଯେଉଁ ପ୍ରତିଶୋଧ ନିଆଯାଇଛି, ତାହା ଆତଙ୍କବାଦୀଙ୍କ କଳ୍ପନାର ବାହାରେ ଥିଲା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦ଟି ଦେଶ ସହିତ ଆଲୋଚନା କରିଛନ୍ତି
ଆତଙ୍କବାଦୀ ଆଡ୍ଡା, ଏୟାରବେସ୍, ଆତଙ୍କବାଦୀ, ଯବାନ ଓ ନିଜ ଇଜ୍ଜତ ହରାଇଛି ପାକିସ୍ତାନ
ଗୁଳିର ଜବାବ ବୋମାରେ ଦିଆଯିବ
ଯେଉଁ ପ୍ରତିଶୋଧ ନିଆଯାଇଛି, ତାହା ଆତଙ୍କବାଦୀଙ୍କ କଳ୍ପନାର ବାହାରେ ଥିଲା । ପାକିସ୍ତାନ ମଧ୍ୟ ଜାଣିଥିଲା କାର୍ଯ୍ୟାନୁଷ୍ଠାନ ହେବ କିନ୍ତୁ ଜାଣିପାରିଲା ନାହିଁ କେଉଁ ତାରିଖରେ ଆକ୍ରମଣ ହେବ । ପାକିସ୍ତାନ ବିରୁଦ୍ଧରେ ଦୁଇଟି ଉପାୟରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସାମିରକ ଓ ବେସାମରିକ । ବେସାମରିକ ହେଉଛି ସିନ୍ଧୁ ଜଳ ଚୁକ୍ତିକୁ ବାତିଲ କରିବା । ଯାହାକି ୫୦ ବର୍ଷ ମଧ୍ୟରେ କେବେବି କୌଣସି ଯୁଦ୍ଧରେ ଏହା ସମ୍ଭବ ହୋଇପାରି ନ ଥିଲା । ଅଟାରୀ-ୱାଘା ସୀମାକୁ ବନ୍ଦ କରାଯାଇଛି । କୌଣସି ବ୍ୟବସାୟ କରାଯାଇଛି । ପାକିସ୍ତାନ ନାଗରିକଙ୍କର ଭାରତୀୟ ଭିସା ରଦ୍ଦ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦ଟି ଦେଶ ସହିତ ଆଲୋଚନା କରିଛନ୍ତି । ସାଉଦି ଆରବ ଓ ୟୁଏଇ ଭଳି ମୁସଲିମ ବହୁଳ ରାଷ୍ଟ୍ର ଗୁଡ଼ିକ ଭାରତର ସାଥ୍ ଦେଇଛନ୍ତି । ପାକିସ୍ତାନ ଏକ ଘରକିଆ ହୋଇ ରହିଲା ।
ଅପରେସନ ସିନ୍ଦୂରରେ ପାଞ୍ଚଟି ଲକ୍ଷ୍ୟ ଥିଲା । ପ୍ରଥମତଃ ପାକିସ୍ତାନ ଭିତରେ ଦୂର ଦୂରରେ ଥିବା ଆତଙ୍କବାଦୀ ଠିକଣାକୁ ଠାବ କରିବା ଯେଉଁଠି ଆତଙ୍କବାଦୀ ନିଜକୁ ସୁରକ୍ଷିତ ମଣୁଥିଲେ, ଦ୍ୱିତୀୟତଃ ଆତଙ୍କବାଦୀଙ୍କୁ ହତ୍ୟା କରିବା, ତୃତୀୟତଃ ଏହି ଟାର୍ଗେଟ୍ ସ୍ଥାନଗୁଡ଼ିକୁ ମାଟିରେ ମିଶାଇ ଦେବା, ଚର୍ତୁଥତଃ ଏହି ଅପରେସନ ବେଳେ କୌଣସି ସାଧାରଣ ନାଗରିକ ନ ମରିବା ଓ ପରିଶେଷରେ ପାକିସ୍ତାନର କୌଣସି ସାମରିକ ଅନୁଷ୍ଠାନ ଉପରକୁ ଆକ୍ରମଣ ନ କରିବା । ମେ ୬-୭ ତାରିଖର ରାତିରେ ଅପରେସନ ସିନ୍ଦୂର ଜରିଆରେ ପିଓଜେକେ ଏବଂ ପାକିସ୍ତାନରେ ଥିବା ୯ଟି ଆତଙ୍କବାଦୀଙ୍କ ଠିକଣାକୁ ଧ୍ୱଂସ କରାଯାଇଛି ।
ଏହା ସହିତ ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି । ସେଥିରେ ପ୍ରମୁଖ ଥିଲେ ମୁଦସର ଖଦିୟାନ ଖାସ୍ ଓରଫ ଅବୁ ଜିନ୍ଦଲ ଯାହାକୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି, ଏଥିରୁ ପ୍ରମାଣିତ ସେମାନଙ୍କ ଆତଙ୍କବାଦୀଙ୍କୁ ପ୍ରଶ୍ରୟ ଦେଇଛନ୍ତି । ସେହିପରି ହାଫିଜ ମହମ୍ମଦ ଜମିଲ, ମହମ୍ମଦ ୟୁସୁଫ ଅଜହର, ଖାଲିଦ ଓରଫ ଅବୁ ଆକଶାଟ ଓ ମହମ୍ମଦ ହସନ ଖାନ । ବିଶ୍ୱ ସ୍ତରରେ ଘୋଷଣା ହୋଇଥିବା ଆତଙ୍କବାଦୀ କମାଣ୍ଡର ପାକ୍ ସେନା ସହିତ ମିଶି ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ଏହି ନାମକୁ ସବୁ ମନେ ରଖିବାକୁ ପଡ଼ିବ । ମାତ୍ର ୨୩ ମିନିଟରେ ଆତଙ୍କବାଦୀଙ୍କ ଠିକଣା ଉପରେ ଆକ୍ରମଣ ଭାରତ କରିବାର ସମଗ୍ର ବିଶ୍ୱ ଦେଖିଲା ।
ବଡ଼ ବଡ଼ ୯ ଆତଙ୍କବାଦୀ ଆଡ୍ଡା, ୧୧ଟି ଏୟାରବେସ୍, ୧୦୦ରୁ ଉର୍ଦ୍ଧ୍ୱ ଆତଙ୍କବାଦୀ, ୫୦ ଅଧିକ ଯବାନ ଓ ନିଜ ଇଜ୍ଜତ ହରାଇଛି ପାକିସ୍ତାନ । ଏହା ପରେ ତାଙ୍କର ଡିଜିଏମଓଙ୍କ ଫୋନ୍ ଆସିଲା । ଏହା ଅସ୍ତ୍ରବିରତି ନୁହେଁ ବରଂ ବୁଝାମଣା । ଯଦି ଆଗମୀ ଦିନରେ ଏପରି କିଛି ହୁଏ ଆମେ ପୁଣି ପାକିସ୍ତାନ ଭିତରେ ପଶିକି ମାରିବୁ । ଆତଙ୍କବାଦୀଙ୍କ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚେତାବନୀକୁ ଦୋହରାଇ ସମ୍ବିତ ପାତ୍ର କହିଛନ୍ତି, ଗୁଳିର ଜବାବ ଗୋଳାରେ ଦିଆଯିବ ।