ଲକ୍ଷ୍ନୌ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ 'ଅବୈଧ ଦଖଲ ମୁକ୍ତ ଅଭିଯାନ' ଦ୍ରୁତଗତିରେ ଜାରି ରହିଛି। ବିଶେଷକରି ନେପାଳ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଉତ୍ତର ପ୍ରଦେଶ ସରକାର ବେଆଇନ ଭାବରେ ନିର୍ମିତ ମସଜିଦ, ଧର୍ମସ୍ଥଳ, ଇଦଗା ଏବଂ ମଦ୍ରାସା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗତ କିଛି ଦିନ ମଧ୍ୟରେ ପ୍ରଶାସନ ୩୫୦ରୁ ଅଧିକ ଅବୈଧ ଧାର୍ମିକ ସ୍ଥଳ ଚିହ୍ନଟ କରିଛି ଏବଂ ସିଲ୍ ଏବଂ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ କରିଛି।
ଅଧିକାରୀମାନେ କହିଛନ୍ତି ଯେ ସୀମାନ୍ତ ଅଞ୍ଚଳରେ କାର୍ଯ୍ୟ କରୁଥିବା ଅଣସ୍ୱୀକୃତିପ୍ରାପ୍ତ, ଅନଧିକୃତ ଧାର୍ମିକ ସ୍ଥାପତ୍ୟ କେବଳ ଆଇନ ଶୃଙ୍ଖଳା ପାଇଁ ବିପଦ ସୃଷ୍ଟି କରୁନଥିଲା। ବରଂ ଜମି ଜବରଦଖଲର ଗମ୍ଭୀର ଉଦାହରଣ ମଧ୍ୟ ଥିଲା। ଯେଉଁ ଜିଲ୍ଲାଗୁଡ଼ିକରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା, ମୁଖ୍ୟତ ବହରାଇଚ୍, ସିଦ୍ଧାର୍ଥନଗର, ମହାରାଜଗଞ୍ଜ, ପିଲିଭିତ୍, ବଳରାମପୁର ଏବଂ ଲକ୍ଷ୍ମୀପୁର ଖେରୀ ଅନ୍ତର୍ଭୁକ୍ତ।
ଗତ ୧୦ ଏବଂ ୧୧ ତାରିଖରେ ଶ୍ରାବସ୍ତିର ଜିଲ୍ଲା ପ୍ରଶାସନ ୧୦୪ଟି ମଦ୍ରାସା, ୧ ମସଜିଦ, ୫ଟି ଧର୍ମସ୍ଥଳ ଏବଂ ୨ଟି ଇଦଗାକୁ ଅବୈଧ ଘୋଷଣା କରିଥିଲା। ଏଥିମଧ୍ୟରୁ କିଛିକୁ ସିଲ୍ କରାଯାଇଥିଲା ବେଳେ ଏକ ବେଆଇନ ମଦ୍ରାସାକୁ ଭାଙ୍ଗି ଦିଆଯାଇଥିଲା। ଜିଲ୍ଲା ପ୍ରଶାସନ କହିଛି ଯେ ଘରୋଇ ଜମିରେ ନିର୍ମିତ ଦୁଇଟି ଅଣସ୍ୱୀକୃତିପ୍ରାପ୍ତ ମଦ୍ରାସାକୁ ମଧ୍ୟ ସିଲ୍ କରାଯାଇଛି। ଭୂମି ପରିଚାଳନା କମିଟି ଏବେ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ସେହିପରି ଅନ୍ୟ ଜିଲ୍ଲାରେ ମଧ୍ୟ ସରକାର ବେଆଇନ ନିର୍ମାଣ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।
ଅଧିକ ପଢ଼ନ୍ତୁ: ଆତଙ୍କବାଦୀଙ୍କ ଶବଦାହ ପ୍ରାର୍ଥନା କରୁଥିବା ଅବଦୁଲ ରଉଫଙ୍କ ଭିଡିଓ