ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପରେ ସୀମାରେ ଉତ୍ତେଜନା କମିଛି । ଆଜି ଦୁଇ ଦେଶର ଡିଜିଏମଓ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ବାସଭବନରେ ଉଚ୍ଚସ୍ତରୀୟ ବୈଠକ ଚାଲିଛି । ଏଥିରେ ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ଅନିଲ ଚୌହାନ, ତିନି ସେନା ପ୍ରମୁଖଙ୍କ ସହ ଅନେକ ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି ।
ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତଡ ଡୋଭାଲ ମଧ୍ୟ ଉପସ୍ଥିତ ଅଛନ୍ତି । ଆଜି ଅପରାହ୍ଣ ୨ଟା ୩୦ରେ ଦୁଇ ଦେଶର ଡିଜିଏମଓସ୍ତରୀୟ ବୈଠକ ବସିବ । ଏଥିରେ ଅସ୍ତ୍ରବିରତି ପ୍ରସଙ୍ଗରେ ଆଲୋଚନା ହେବ । ତେବେ ଭାରତ ପୂର୍ବରୁ ସ୍ପଷ୍ଟ କରି ସାରିଛି ଯେ, କେବଳ ପିଓକେ ଉପରେ ଆଲୋଚନା ପାଇଁ ଆମେ ପ୍ରସ୍ତୁତ । ଗତକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାଶ୍ମୀର ପ୍ରସଙ୍ଗରେ ଆଲୋଚନା ପାଇଁ ମଧ୍ୟସ୍ଥତାର ପ୍ରସ୍ତାବ ଦେଇଥିଲେ । ଭାରତ ଏହାକୁ ସଂପୂର୍ଣ୍ଣ ଅଗ୍ରାହ୍ୟ କରି କହିଥିଲା ଯେ, କେବଳ ଦୁଇଟି ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ । ଗୋଟିଏ ପିଓକେକୁ ନିଜ ଅଧିକାରକୁ ନେବା ଏବଂ ଆତଙ୍କବାଦୀ ହସ୍ତାନ୍ତର ।
ଏହା ପୂର୍ବରୁ ପୂର୍ବତନ ଏୟାର ଭାଇସ ମାର୍ଶଲ ଏକେ ସିଂ କହିଛନ୍ତି ଯେ, ଅସ୍ତ୍ରବିରତି ଘୋଷଣା ଦର୍ଶାଉଛି ଯେ, ପାକିସ୍ତାନ ଭାରତ ସାମ୍ନାରେ ଆତ୍ମ ସମର୍ପଣ କରି ଦେଇଛି । ଭାରତର ଡ୍ରୋନ ହମଲାକୁ ରୋକିବା ପାଇଁ ଭାରତ ଏୟାର ଡିଫେନ୍ସ ସିଷ୍ଟମର ଉପଯୋଗ କରିଛି । ଭାରତ ପାକିସ୍ତାନକୁ ସଠିକ୍ ଜବାବ ଦେଇ ଏହାର ଅଣ୍ଟା ଭାଙ୍ଗି ଦେଇଛି । ସୂଚନାଯୋଗ୍ୟ, ପହଲଗାମ ଆତଙ୍କୀ ହମଲା ପରେ ଭାରତ ଅପରେସନ ସିନ୍ଦୂର ଜରିଆରେ ପ୍ରତିଶୋଧ ନେଇଛି । ଏହି ଅପରେସନରେ ଭା