ଟେଷ୍ଟ କ୍ରିକେଟରୁ ଅବସର ନେଲେ ବିରାଟ । ରୋହିତ ଶର୍ମାଙ୍କ ପରେ ପରେ ବିରାଟ କୋହଲି କ୍ରିକେଟରୁ ଅବସର ନେଇଛନ୍ତି । ପୂର୍ବରୁ ଏନେଇ ବିସିସିଆଇକୁ ଅବଗତ କରାଇଥିବା ବେଳେ ଆଜି ବିଧିବଦ୍ଧ ଭାବେ ଟେଷ୍ଟରୁ ଅବସର ନେଇଛନ୍ତି ବିରାଟ। ଅବସର ନେଇ ସେ ନିଜ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ଫ୍ୟାନ୍ସଙ୍କୁ ଜଣାଇଛନ୍ତି । ଏହାପୂର୍ବରୁ ସେ ଟି-୨୦ ଅବସର ନେଇସାରିଛନ୍ତି କୋହଲି । ବିରାଟ ଟେଷ୍ଟରେ ୧୨୩ଟି ମ୍ୟାଚ୍ ଖେଳି ହାସଲ କରିଛନ୍ତି ୯ ହଜାର ୨୩୦ ରନ୍ ।
ତେବେ ଅବସର ନେଇ ବିରାଟ ନିଜ ଫୋଷ୍ଟରେ ଏକ ଭାବୁକ କ୍ୟାପସନରେ ଲେଖିଛନ୍ତି । ଟେଷ୍ଟ ଜର୍ସି ପିନ୍ଧିଥିବା ନିଜର ଏକ ଫଟୋ ଶେୟାର କରି ବିରାଟ ଲେଖିଛନ୍ତି, ‘ଟେଷ୍ଟ କ୍ରିକେଟରେ ମୁଁ ପ୍ରଥମ ଥର ପାଇଁ ବ୍ୟାଗି ବ୍ଲୁ ଜର୍ସି ପିନ୍ଧିବାର ୧୪ ବର୍ଷ ବିତିଗଲାଣି। ସତ କହିବାକୁ ଗଲେ, ଏହି ଫର୍ମାଟ୍ ମୋତେ କେଉଁ ଯାତ୍ରାରେ ନେଇଯିବ ତାହା ମୁଁ କେବେ କଳ୍ପନା କରି ନଥିଲି। ଏହା ମୋତେ ପରୀକ୍ଷା କରିଛି, ମୋତେ ଗଢିଛି ଏବଂ ଜୀବନ ସାରା ମୁଁ ଯାହା ଶିଖାଇଛି ତାହା ଶିଖିଛି । ଧଳା ରଙ୍ଗରେ ଖେଳିବା ବିଷୟରେ କିଛି ଗଭୀର ବ୍ୟକ୍ତିଗତ କଥା ଅଛି। ନୀରବ ପିନ୍ଧା, ଲମ୍ବା ଦିନ, ଛୋଟ ମୁହୂର୍ତ୍ତ ଯାହାକୁ କେହି ଦେଖନ୍ତି ନାହିଁ କିନ୍ତୁ ତାହା ସବୁଦିନ ପାଇଁ ଆପଣଙ୍କ ସହିତ ରହିଥାଏ । ଆଉ ଆଜି ଯେତେବେଳେ ଏହି ଫର୍ମାଟରୁ ମୁଁ ଓହରିଯାଉଛି, ଏହା ସହଜ ନୁହେଁ । କିନ୍ତୁ ଏହା ଠିକ୍ ବୋଲି ଅନୁଭବ କରିଛନ୍ତି ବିରାଟ । ମୁଁ ଏହାକୁ ମୋର ସବୁକିଛି ଦେଇଛି ଏବଂ ଏହା ମୋତେ ଆଶା ଠାରୁ ବି ବହୁତ ଅଧିକ ଫେରାଇ ଦେଇଛି । ମୁଁ କୃତଜ୍ଞତାରେ ପୂର୍ଣ୍ଣ ହୃଦୟ ସହିତ ବିଦାୟ ନେଉଛି । ଖେଳ ପାଇଁ, ମୁଁ ଯେଉଁମାନଙ୍କ ସହିତ ଫିଲ୍ଡ ସେୟାର କରିଥିଲି ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଯେଉଁମାନେ ମୋତେ ଏହି ରାସ୍ତାରେ କିଛି କରିଥିବାର ଅନୁଭବ କରାଇଥିଲେ । ମୁଁ ସର୍ବଦା ହସ ସହିତ ମୋର ଟେଷ୍ଟ କ୍ୟାରିୟରକୁ ପଛକୁ ଚାହିଁବି ବୋଲି ନିଜ ହୃଦୟସ୍ପର୍ଶୀ ପୋଷ୍ଟରେ ଲେଖିଛନ୍ତି ବିରାଟ ।
ଏହି ନିଷ୍ପତି ଅନେକ ଫ୍ୟାନ୍ସଙ୍କୁ ଦୁଃଖ ଦେଇଛି । ବିରାଟ କୋହଲି ୨୦ ଜୁନ ୨୦୧୧ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ତାଙ୍କର ଟେଷ୍ଟ ଡେବ୍ୟୁ ମ୍ୟାଚ ଖେଳିଥିଲେ। ସେ ତାଙ୍କର ଡେବ୍ୟୁ ଟେଷ୍ଟର ପ୍ରଥମ ଇନିଂସରେ ୪ ରନ ଏବଂ ଦ୍ୱିତୀୟ ଇନିଂସରେ ୧୫ ରନ କରିଥିଲେ।