ପୁରୀ: ସ୍କନ୍ଦ ପୁରାଣ ଅନୁଯାୟୀ ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଅବତାରୀ। ତାଙ୍କଠାରୁ ସବୁ ଅବତାର ସୃଷ୍ଟି ହୋଇ ଯୁଗେ ଯୁଗେ ବିବିଧ ଲୀଳାମାନ ବିସ୍ତାର କରି ପୁନଶ୍ଚ ତାଙ୍କରି ଶ୍ରୀଅଙ୍ଗରେ ବିଲୀନ ହୋଇଥାନ୍ତି। ଏହି ପୌରାଣିକ ତଥ୍ୟ ଅନୁଯାୟୀ ଶ୍ରୀମନ୍ଦିରରେ ଅନେକ ଜନ୍ମ ନୀତି ଅନୁଷ୍ଠିତ ହୋଇଥାଏ। ଏହି କ୍ରମ ଅନୁଯାୟୀ ପ୍ରତିବର୍ଷ ପରି ଏ ବର୍ଷରେ ମଧ୍ୟ ଶ୍ରୀମନ୍ଦିରରେ ଶ୍ରୀନୃସିଂହଙ୍କ ଜନ୍ମ ଅତି ଧୁମଧାମ୍ ରେ ପାଳନ କରାଯିବ ।
ଶ୍ରୀମନ୍ଦିରରେ ନୃସିଂହ ଦେବ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ମୁକ୍ତିମଣ୍ଡପ ଖଟୁଲିରେ ବିଜେ ହେବେ ପ୍ରଭୁ । ଏହି ଅବସରରେ ପୂଜାପଣ୍ଡା ସେବକ ଠାକୁରଙ୍କ ଆଜ୍ଞାମାଳ ନେଇ ଚକ୍ରତୀର୍ଥ ରୋଡ଼ସ୍ଥିତ ଚକ୍ର ନାରାୟଣଙ୍କୁ ପ୍ରଦାନ କରିବେ । ଉଭୟ ଠାକୁରଙ୍କୁ ପଞ୍ଚ ଉପଚାରରେ ଶୀତଳ ଭୋଗ ଅର୍ପଣ କରାଯିବ। ପରେ ଶ୍ରୀନୃସିଂହ ଠାକୁର ବିମାନରେ ବିଜେ ହୋଇ ଜଗନ୍ନାଥ ବଲ୍ଲଭ ମଠ ଯାତ୍ରା କରିବେ। ସେଠାରେ ଭୋଗ ଓ ବନ୍ଦାପନା ନୀତି ବଢ଼ି ନୃସିଂହ ଦେବ ଶ୍ରୀମନ୍ଦିରକୁ ଫେରିବେ । ପରେ ଶ୍ରୀନୃସିଂହ ଠାକୁର ବିମାନରେ ବିଜେ ହୋଇ ଜଗନ୍ନାଥ ବଲ୍ଲଭ ମଠ ଯାତ୍ରା କରିବେ । ସେଠାରେ ଭୋଗ ଓ ବନ୍ଦାପନା ନୀତି ବଢ଼ି ନୃସିଂହ ଦେବ ଶ୍ରୀମନ୍ଦିରକୁ ଫେରିବେ। ଏହି ଅବସରରେ ମାର୍କଣ୍ଡେଶ୍ୱର ସାହିଆ ମାନେ ଠାକୁରଙ୍କ ନୀତିରେ ସାମିଲ ହେବାର ପରମ୍ପରା ରହିଛି।
ସେହିପରି ଆଜି ନୃସିଂହ ଚତୁର୍ଦ୍ଦଶୀରେ ରଥ ନିର୍ମାଣ ପରମ୍ପରା ଅନୁସାରେ ଖଳାରେ ଗୁଜ ଅନୁକୂଳ ହେବ । ରଥ ନିର୍ମାଣ କାର୍ଯ୍ୟରେ ଯୋଗଦେବେ ରୂପକାର ସେବକ। ରୂପକାର ସେବକ ଗୁଜ ଅନୁକୂଳ କରିବେ। ଗୁଜ ରଥର ସୁରକ୍ଷା କବଚ ସ୍ବରୂପ ରଥର କୋଣମାନଙ୍କରେ ମୁଖ୍ୟ ରୂପ ନୃସିଂହ ଜନ୍ମ ଅବସରରେ ଭୋଇସେବକମାନେ ଯନ୍ତା ଗଡ଼ ଖୋଳିବେ। ଚର୍ଚ୍ଚିକା ଠାକୁରାଣୀଙ୍କ ସମ୍ମୁଖ ବଡ଼ଦାଣ୍ଡରେ ଖୋଳାହେବ ଯନ୍ତାଗାଡ଼। ଯନ୍ତା ଗାଡ଼ରେ ପଡ଼ି ଚକ ପ୍ରସ୍ତୁତ ହେବ।