ନୂଆଦିଲ୍ଲୀ : ଅପରେସନ୍ ସିନ୍ଦୂରକୁ ନେଇ ଭାରତର ତିନି ସେନାର ପ୍ରେସ୍ମିଟ୍ । DGMO, DGAO, DGNOଙ୍କ ପକ୍ଷରୁ ମିଳିତ ପ୍ରେସମିଟ୍ । ପହଲଗାମ୍ ନରସଂହାରକୁ ନେଇ ଅପରେସନ୍ ସିନ୍ଦୂର ଆରମ୍ଭ ହୋଇଥିଲା । ସେଥିପାଇଁ ଆମେ କେବଳ ଆତଙ୍କୀ ଠିକଣାକୁ ଟାର୍ଗେଟ୍ କଲୁ ଏବଂ ୯ ଆତଙ୍କୀ ଠିକଣାକୁ ଧ୍ୱଂସ ମଧ୍ୟ କଲୁ । ହେଡଲି ଓ କସାବ ସୃଷ୍ଟି କରିଥିବା କ୍ୟାମ୍ପ ନଷ୍ଟ କରିଛୁ । ବାୟୁସେନା କିପରି ଭାବେ ପାକିସ୍ତାନ ସାମରିକ ଘାଟି ଧ୍ବଂସ କଲା ସ୍ପଷ୍ଟ କଲେ ଏହାର ଭିଡିଓ ଦେଖାଇ ଏହାର ପ୍ରମାଣ ରଖିଲେ ।
ପାକିସ୍ତାନ ପଟୁ ବହୁ ଡ୍ରୋନ୍ ଆକ୍ରମଣ ହୋଇଛି ହେଲେ ଏସବୁ ଆମ ଦ୍ୱାରା ପଣ୍ଡ ହୋଇଛି । ସଫଳତାର ସହ ସବୁ ଡ୍ରୋନ୍ ଖସାଇ ଦେଇଛୁ, କିଛି କ୍ଷତି ହୋଇନି । କୌଣସି ସାମରିକ ଘାଟି କିମ୍ବା ସାଧାରଣ ଲୋକଙ୍କ କ୍ଷତି ହୋଇନି । ମେ ୭ରୁ ୧୦ ମଧ୍ୟରେ ହୋଇଥିବା ଅପରେସନରେ ୩୫ରୁ ୪୦ ପାକ୍ ସେନା ମରିଛନ୍ତି ୧୦୦ରୁ ଊର୍ଦ୍ଧ୍ବ ଆତଙ୍କୀ ନିପାତ ହୋଇଛନ୍ତି ବୋଲି DGMO ସୂଚନା ପ୍ରଦାନ କରିଛନ୍ତି ।
ଏହି ଅପରେସନରେ କୁଖ୍ୟାତ ୟୁସୁଫ ଆଜହର, ଅବଦୁଲ ମଲିକ ରୌଫ୍, ମୁଦାସିର ଅହମ୍ମଦ ନିପାତ ହୋଇଛନ୍ତି ଯିଏକି କାନ୍ଦାହାର ବିମାନ ଅପହରଣ ଓ ପୁଲୱାମା ଆଟାକରେ ସଂପୃକ୍ତ ଥିଲେ । ପ୍ରେସମିଟରେ ଏକଥା ମଧ୍ୟ ସ୍ପଷ୍ଟ ହୋଇଛି ଯେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ପାଇଁ ପ୍ରସ୍ତାବ ଦିଆଯାଇଥିଲା ।
ସେହିପରି ମେ ୮ ଏବଂ ୯ ରାତିରେ ଶ୍ରୀନଗରରୁ ଗୁଜରାଟର ନାଲିଆ ପର୍ଯ୍ୟନ୍ତ ଆକ୍ରମଣ କରାଯାଇଥିଲା ଯାହାକୁ ଆମେ ପଣ୍ଡ କରିଦେଇଥିଲୁ ।ସେନାକୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି ଯଦି ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରେ ତେବେ ଆମେ ଏହାର ଉଚିତ୍ ଜବାବ ଦେବୁ ବୋଲି ସେନା ମୁଖ୍ୟ କହିଛନ୍ତି।