ନୂଆଦିଲ୍ଲୀ: ଶନିବାର ସନ୍ଧ୍ୟାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର ମାତ୍ର କିଛି ଘଣ୍ଟା ପରେ ପାକିସ୍ତାନ ପୁଣି ଥରେ ନିଜର କାପୁରୁଷପଣ ଦେଖାଇ ଚୁକ୍ତିନାମା ଉଲ୍ଲଂଘନ କରିଛି। ଯାହା ପରେ ସୀମାରେ ଉତ୍ତେଜନା ଦେଖାଦେଇଛି। ତଥାପି ଭାରତୀୟ ସେନା ପାକିସ୍ତାନର କିଛି ବିକ୍ଷିପ୍ତ ଡ୍ରୋନ ଆକ୍ରମଣର ମୁହଁତୋଡ ଜେବାବ ଦେଇଛି । ତେବେ ଏସବୁ ଭିତରେ ଆସନ୍ତାକାଲି ଦୁଇ ଦେଶ ମଧ୍ୟରେ ଡିଜିଏମଓସ୍ତରୀୟ ଆଲୋଚନା ହେବାକୁ ଯାଉଛି ।
ଡିଜିଏମଓ ଅନୁଯାୟୀ, ପାକିସ୍ତାନର ଡିଜିଏମଓ ସହ ହଟ୍ ଲାଇନରେ ଆଲୋଚନା ହୋଇଥିଲା । ଏହା ପରେ ଯୁଦ୍ଧବିରତି ବିଷୟରେ ଆଲୋଚନା ହୋଇଥିଲା। ତେବେ ଆଜି ପୁଣି ଥରେ ଭାରତ ଏବଂ ପାକିସ୍ତାନ ଡିଜିଏମଓଙ୍କ ମଧ୍ୟରେ ଆଲୋଚନା ହେବାକୁ ଯାଉଛି। ଯାହା ପରେ ଭାରତ ତାର ଭବିଷ୍ୟତ ରଣନୀତି ସ୍ଥିର କରିବ। ତଥାପି ଭାରତୀୟ ସେନା ସ୍ପଷ୍ଟ ଭାବରେ ଚେତାବନୀ ଦେଇଛି ଯେ ଯଦି ଅସ୍ତ୍ରବିରତି ଉଲ୍ଲଂଘନ ହୁଏ ତେବେ କଡ଼ା ଜବାବ ଦିଆଯିବ। ଏବେ ସଭିଙ୍କ ନଜର ସୋମବର ଡିଜିଏମଓ ସ୍ତରୀୟ ବୈଠକ ଉପରେ ରହିଛି ।
ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ନେଇ ସହମତି ପ୍ରକାଶ ପାଇବା ପରେ ରବିବାର ସକାଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ବୟାନ ଦେଇଥିଲେ। ସେ କହିଥିଲେ ଯେ, ଶାନ୍ତି ସ୍ଥାପନ ପରେ ମୁଁ ଭାରତ ଓ ପାକିସ୍ତାନ ସହ ବସି କାଶ୍ମୀର ପ୍ରସଙ୍ଗର ସମାଧାନ ପାଇଁ ଆଲୋଚାନ କରିବାକୁ ପ୍ରସ୍ତୁତ। ଆଉ ଭାରତ ସ୍ପଷ୍ଟ ଭାବେ ଜଣାଇ ଦେଇଛି ଯେ, କାଶ୍ମୀର ପ୍ରସଙ୍ଗରେ କୌଣସି ତୃତୀୟ ପକ୍ଷର ଆବଶ୍ୟକତା ନାହିଁ। ଆମକୁ ମଧ୍ୟସ୍ଥତାର କୌଣସି ଆବଶ୍ୟକତା ନାହିଁ ।
ସରକାରୀ ସୂତ୍ର ଅନୁଯାୟୀ, ଡିଜିଏମଓ ବୈଠକରେ ଭାରତର ସନ୍ଦେଶ ସ୍ପଷ୍ଟ. କେବଳ ଗୋଟିଏ ପ୍ରସଙ୍ଗ ପିଓକେକୁ ଭାରତରେ ସାମିଲ କରିବା ଉପରେ ଆଲୋଚନା ହୋଇ ପାରିବ। ତା ବାଦ୍ ଅନ୍ୟ କୌଣସି ପ୍ରସଙ୍ଗରେ ଭାରତ ଆଲୋଚନା ହେବ ନାହିଁ। ଯଦି ଆତଙ୍କବାଦୀ ହସ୍ତାନ୍ତର କରିବା ପ୍ରସଙ୍ଗରେ ଆଲୋଚନା କରାଯାଏ ତେବେ ଭାରତ ଆଲୋଚନା କରିବାକୁ ପ୍ରସ୍ତୁତ। ଅନ୍ୟ କୌଣସି ପ୍ରସଙ୍ଗରେ ଆଲୋଚନା କରିବାକୁ ଭାରତ ପ୍ରସ୍ତୁତ ନୁହେଁ। ଆମକୁ ମଧ୍ୟସ୍ଥତାରର ଆବଶ୍ୟକତା ବି ନାହିଁ ବୋଲି ଭାରତ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ, ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ କହିଛନ୍ତି ଯେ ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ପାକିସ୍ତାନ ଏହି ଚୁକ୍ତିନାମା ଉଲ୍ଲଂଘନ କରିଛି। ଏହାର ମୁହଁତୋଡ ଜବାବ ଦେଇଛ୍ନତି ଭାରତୀୟ ସେନା । ସେ କହିଛନ୍ତି ଯଦି ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ ହୁଏ, ତେବେ ଭାରତୀୟ ସେନା ଏହାର କଡ଼ା ଜବାବ ଦେବ। ଡିଜିଏମଓ କହିଛନ୍ତି ଯେ ସେନା ମୁଖ୍ୟ ଭାରତୀୟ ସେନାକୁ କାର୍ଯ୍ୟାନୁଷ୍ଠାନ ନେବାକୁ ପୂର୍ଣ୍ଣ ସ୍ୱାଧୀନତା ଦେଇଛନ୍ତି ।