ବଣାଇ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଡୋଶୀକୁ ହତ୍ୟା କଲା ପଡୋଶୀ । ଏପରି ଏକ ଅଭାବନୀୟ ଘଟଣା ସୁନ୍ଦରଗଡ ଜିଲ୍ଲା ମହୁଲଦା ଥାନାର ସାନଜଲ ଗ୍ରାମରେ ଘଟିଛି । ଏନେଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି କରିଛି ।
ସୂଚନା ଅନୁସାରେ, ବହୁ ଦିନ ଧରି ସାନଜଲ ଗ୍ରାମର ଦୋଳ ଦେହୁରୀ ଓ ପଡୋଶୀ ଶୁକ ଦେହୁରୀଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା । ଗତକାଲି ବିଳମ୍ବିତ ରାତିରେ ଶୁକ ଦେହୁରୀ ଏକ ମାରଣାସ୍ତ୍ର ସାହାଯ୍ୟରେ ଦୋଳ ଦେହୁରୀଙ୍କୁ ଆକ୍ରମଣ କରିଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏନେଇ ସ୍ଥାନୀୟ ଲୋକେ ତୁରନ୍ତ ମହୁଲପଦା ପୋଲିସକୁ ଖବର ଦେଇଥିଲେ । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଜାରି କରିଛି । ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।