କପ୍ତିପଦା: ପଲିଥିନ ବ୍ୟାଗରେ ବନ୍ଧା ହୋଇ ପଡିଛି ତିନି-ଚାରି ମାସର ଶିଶୁର ମୃତ ଦେହ । ଏପରି ଅଭାବନୀୟ ଘଟଣା ଘଟିଯାଇଛି ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ପୋଲିସ ଷ୍ଟେସନ ଅନ୍ତର୍ଗତ କୁଆଗୋଠଣା ଗ୍ରାମରେ ।
ମିଳୁଥିବା ସୂଚନା ମୁତାବକ ରବିବାର ସକାଳ ସମୟରେ ସ୍ଥାନୀୟ ଲୋକମାନେ କୁଆଗୋଠଣା ପ୍ରାଥମିକ ବିଦ୍ୟାଳୟ ନିକଟରେ ଏକ ପଲିଥିନ ବ୍ୟାଗରେ କିଛି ଶକ୍ତ ଭାବେ ବନ୍ଧା ହୋଇ ପଡିଥିବାର ଦେଖିବାକୁ ପାଇଥିଲେ । ଏହାକୁ ଦେଖିବା ବେଳେ ଏଥିରେ ଏକ ନବଜାତକ ଶିଶୁର ମୃତଦେହ ବନ୍ଧା ହୋଇଥିବାର ଦେଖିଥିଲେ । ପ୍ରାଥମିକ ତଦନ୍ତରୁ ଶିଶୁଟିର ବୟସ ତିନିରୁ ଚାରି ମାସର ହେବ ବୋଲି ଅନୁମାନ କରାଯାଉଛି ।
ତେବେ ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।