ପାରାଦ୍ବୀପ : ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଏବେ ଜଳ ସ୍ଥଳ ଆକାଶ ସବୁଠି ସୁରକ୍ଷା ପାଇଁ ସଜାଗ ହେଲେଣି ସୁରକ୍ଷାକର୍ମୀ । ସବୁଠିି ହାଇ ଆଲର୍ଟ ସାଙ୍ଗକୁ କଟକଣା ଜାରି ହୋଇଛି। ଏହାରି ଭିତରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ପାରାଦୀପ ବନ୍ଦର ସୁରକ୍ଷାକୁ ମଧ୍ୟ ବୃଦ୍ଧି କରାଯାଇଛି। ପାରାଦୀପ ବନ୍ଦର ସୁରକ୍ଷା ସ୍ତର ୨କୁ ବୃଦ୍ଧି କରାଯାଇଛି। ବର୍ତ୍ତମାନ ସୁରକ୍ଷା ସ୍ତର ବୃଦ୍ଧି ସହ ସମସ୍ତ ଜାହାଜ ଉପରେ କଡ଼ା ନଜର ରଖାଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି । ସୁରକ୍ଷାକର୍ମୀଙ୍କ ସଂଖ୍ୟା ବୃଦ୍ଧି କରିବା ସହ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି ।
ଅଧିକ ପଢନ୍ତୁ: ସଫଳ ହେଉନି ପାକିସ୍ତାନର ଆକ୍ରମଣ ଉଦ୍ୟମ: ଭାରତର ‘ଅପରେସନ୍ ସିନ୍ଦୂର’ ହେଉଛି କଡ଼ା ଜବାବ
ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛନ୍ତି। ଭୁବନେଶ୍ୱର ବିମାନବନ୍ଦର ଠାରୁ ଆରମ୍ଭ କରି ସାଟେଲାଇଟ ହାଉସ, ପୁରୀ ଶ୍ରୀମନ୍ଦିର, ହୀରାକୁଦ ଡ଼୍ୟାମ ସମସ୍ତ ଅନେକ ପ୍ରମୁଖ ସ୍ଥଳରେ ହାଇଆଲର୍ଟ ଜାରି କରାଯାଇଛି । ପାକିସ୍ତାନ ଦ୍ୱାରା ଆକ୍ରମଣ ସମ୍ଭାବନାକୁ ଦୃଷ୍ଟିରେ ରଖି, ଭାରତ ସ୍ଥଳ, ବାୟୁ ଏବଂ ସମୁଦ୍ର କ୍ଷେତ୍ରରେ ଏହାର ପ୍ରତିରକ୍ଷାକୁ ଦୃଢ଼ କରିଛି। ବହୁସ୍ତରୀୟ ବାୟୁ ପ୍ରତିରକ୍ଷା ନେଟୱାର୍କ ସମ୍ପୂର୍ଣ୍ଣ ସକ୍ରିୟ ହୋଇଛି, ଆରବ ସାଗରରେ ଅନେକ ଆଗଧାଡ଼ିର ଯୁଦ୍ଧଜାହାଜ ମୁତୟନ କରାଯାଇଛି, ଏବଂ ସୀମାରେ ଥିବା ପଦାତିକ ୟୁନିଟଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ସଜ୍ଜିତ ଏବଂ ଯେକୌଣସି ଆକସ୍ମିକ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ।