ଫୁଲବାଣୀ: ଭୁଶୁଡୁଛି ଲାଲଗଡ । ଦୁର୍ବଳ ହୋଇ ଗଲେଣି ମାଓ ନେତା । ଆଜି ଫୁଲବାଣୀ ପୋଲିସ ନିକଟରେ ୧୦ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୭ ଜଣ ମହିଳା ଓ ତିନି ଜଣ ପୁରୁଷ ରହିଛନ୍ତି ।
ବୁଧବାର ଦିନ ଫୁଲବାଣୀ ରିଜର୍ଭ ପୋଲିସ ପଡ଼ିଆରେ ଏକ ସଭାର ଆୟୋଜନ ହୋଇଥିଲା । ୧୦ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏଥିରେ ଏଡିଜିପି ସଂଜୀବ ପଣ୍ଡା, ଆଇଜିପି ନୀତି ଶେଖର, ଦୀପକ କୁମାର, କନ୍ଧମାଳ ଏସପି ହରିଶ ବିଶିଙ୍କ ଉପସ୍ଥିତିରେ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।
ସମସ୍ତ ମାଓବାଦୀ ଷ୍ଟେଟ୍ କମିଟି ଓ ଡିଭିଜନ କମିଟି ସଦସ୍ୟ ଅଟନ୍ତି । ସେମାନେ ହେଲେ ଡିଭିଜନ କମିଟି ସଦସ୍ୟ ଅନୁପା, ସୁନୀଲ, ଏରିଆ କମିଟି ସଦସ୍ୟ ସୁନୀତା, ଶିଳ୍ପା ପାଟି, ଯମୁନା, ଗଣେଷ କୁଞ୍ଜ, ସୁଶୀଳା ଡୁଡି, ସରିତା କୁମ୍ ଦାମ୍, ଚୁଡ଼ି ୟୋଗୀ ଓରଫ ରଜନୀ ।