ଭୁବନେଶ୍ୱର: ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବରେ ରନ୍ଧନ ଗ୍ୟାସ୍ ସଙ୍କଟ ଦେଖାଦେଇଛି । ଗ୍ୟାସ୍ ସଙ୍କଟ ଯୋଗୁଁ ରୋଷେଇ ଘରେ, ହୋଟେଲ, ରେଷ୍ଟୁରାଣ୍ଟରେ ଏହାର ପ୍ରଭାବ ଧିରେ ଧିରେ ପରିଲକ୍ଷିତ ହେଲାଣି। ଏମିତି କି ହୋଟେଲ-ରେଷ୍ଟୁରାଣ୍ଟରେ ମେନ୍ୟୁ ମଧ୍ୟ କମିଗଲାଣି। ହୋଟେଲ-ରେଷ୍ଟୁରାଣ୍ଟ ବନ୍ଦ ହେବା ଉପରେ। ବ୍ୟବସାୟୀ ମାନେ ଗୋଟିଏ ପ୍ରକାରେ ଧର୍ମସଙ୍କଟରେ ପଡ଼ିଗଲେଣି।
ଏଠାରି ଭିତରେ ରାଜଧାନୀରୁ ହଟିବ କାଠ ଓ କୋଇଲା ଚୁଲା କଟକଣା। ବାୟୁ ପ୍ରଦୂଷଣ ରୋକିବାକୁ ପୂର୍ବରୁ ଲାଗୁ ହୋଇଥିବା କଟକଣାକୁ ହଟାଇବ BMC। ଏଭଳି ସୂଚନା ଦେଲେ BMC ମେୟର ସୁଲୋଚନା ଦାଶ। ବ୍ୟବସାୟୀମାନେ ବର୍ତ୍ତମାନ କାଠ ଓ କୋଇଲା ଚୁଲା ଜାଳିପାରିବେ। ସଂଧ୍ୟା ବୈଠକରେ ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମେୟର।
ବାୟୁ ପ୍ରଦୂଷଣ ରୋକିବାକୁ ରାଜଧାନୀ ଭୁବନେଶ୍ୱରରେ କଟକଣା ଯୋଗୁଁ କାଠ ଓ କୋଇଲା ଚୁଲାକୁ ବନ୍ଦ କରାଯାଇଥିଲା। ଏମିତିକି ଯିଏ ଏହା ବ୍ୟବହାର କରୁଥିଲା କାର୍ଯ୍ୟାନୁଷ୍ଠାନ ସହ ଫାଇନ୍ ମଧ୍ୟ ଲଗାଯାଉଥିଲା। ତେବେ ଏଭଳି ରନ୍ଧନ ଗ୍ୟାସ୍ ସମସ୍ୟା ଯୋଗୁଁ ଏହି କଟକଣା ହଟିବା ନେଇ ସଙ୍କେତ ମିଳିଛି। ତେଣୁ କିଛିଦିନ ପାଇଁ ତାଙ୍କୁ କୋଇଲା ଜାଳିବାକୁ ଅନୁମତି ଦିଆଯିବ। ଗ୍ୟାସ ସଙ୍କଟ ଦୂର ହେବା ପର୍ଯ୍ୟନ୍ତ କାଠ ଜାଳେଣି କୋଇଲା ଆଦିକୁ ଜାଳେଣି ରୂପେ ବ୍ୟବହାର କରିପାରିବେ। ଏନେଇ ସନ୍ଧ୍ୟା ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।
ଅଧିକ ପଢନ୍ତୁ: ଓଡ଼ିଶାରେ ରନ୍ଧନ ଗ୍ୟାସ ସଙ୍କଟ ଭିତରେ ରାଜ୍ୟ ସରକାର ଦେଲେ ଖୁସି ଖବର; ଚିନ୍ତିତ ନ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ