ଭୁବନେଶ୍ବର: କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ବୈଦ୍ୟୁତିକ ସତର୍କତା ଓ କୃଷି କ୍ଷେତ୍ରରେ ପମ୍ପର ସଠିକ ବ୍ୟବହାର ନେଇ ଏକ କର୍ମଶାଳା ଆୟୋଜିତ କରାଯାଇଥିଲା। ଏହି କର୍ମଶାଳାରେ ଜିଲ୍ଲାର ୭୦ଜଣ କୃଷକ ଓ କୃଷିଯିବି ମହିଳା ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ଼ଃ ବିମଳେନ୍ଦୁ ମହାନ୍ତି ଯୋଗ ଦେଇ କୃଷି କ୍ଷେତ୍ରରେ ବ୍ୟବହାର ହଉଥିବା ଉଚ୍ଚ ଦକ୍ଷତା ସମ୍ପନ୍ନ ପମ୍ପ ବିଷୟରେ ସବିଶେଷ ବିବରଣୀ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟତମ ବିଶେଷଜ୍ଞ ଭାବେ ଅଧିକ୍ଷଣ ଯନ୍ତ୍ରୀ ତଥା ଉପ ବୈଦ୍ୟୁତିକ ନିରୀକ୍ଷକ ଦୀପ୍ତି ରାଣୀ ରାଉତ, ନିର୍ବାହୀ ଯନ୍ତ୍ରୀ, ଉଠା ଜଳସେଚନ ବିଜୟ କୁମାର ତରାଇ, ସହକାରୀ ଯନ୍ତ୍ରୀ, ଉଠା ଜଳସେଚନ ନିତ୍ୟାନନ୍ଦ ପରିଡା ଓ ସହକାରୀ ନିର୍ବାହୀ ଯନ୍ତ୍ରୀ, କୃଷି ରୋମାନ୍ସ ନାୟକ ଯୋଗ ଦେଇ କୃଷି କ୍ଷେତ୍ରରେ ସଠିକ ବିଦ୍ୟୁତ ପରିଚାଳନା, କୃଷି କ୍ଷେତ୍ର ରେ ବ୍ୟବହାର ହେଉଥିବା ପମ୍ପ ନିମନ୍ତେ ରହିଥିବା ସରକାରୀ ଯୋଜନା ବିଷରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଶ୍ୱନାଥ ଦାସ ଯୋଗଦେଇ ଚାଷୀଙ୍କୁ ଜଳ ଓ ବିଦ୍ୟୁତର ସଠିକ ଉପଯୋଗ କରିବା ପାଇଁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ କୃଷି ବିଜ୍ଞାନ କେନ୍ଦ୍ରର ଅନ୍ୟାନ୍ୟ ବୈଜ୍ଞାନିକ ଓ କାର୍ଯ୍ୟକର୍ତା ଯୋଗ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।