ହାତଯୋଡ଼ି ଚଳନ୍ତା ଟ୍ରେନ ଆଗକୁ ଯାଇ ଜଣେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି। ଆତ୍ମହତ୍ୟା ଉଦ୍ୟମ ବେଳର ଏହି ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଘଟଣାଟି ବରଗଡ଼ ଜିଲା ବରପାଲି ରେଳ ଷ୍ଟେଶନ ନିକଟର ବୋଲି ଚର୍ଚ୍ଚା ଚାଲିଛି। ସେହିପରି ଯୁବକ ଜଣକ ବରପାଲି ଥାନା ରେମତା ଗ୍ରାମର ଲଲିତ ଦେବତା।
ଭାଇରାଲ ଭିଡିଓରୁ ଯାହା ଜଣାପଡୁଛି, ଯୁବକ ଜଣକ ହାତ ଯୋଡ଼ି ଚଳନ୍ତା ଟ୍ରେନ ଆଗକୁ ଯାଇ ଛିଡା ହୋଇ ଥିବାବେଳେ ଟ୍ରେନଟି ତାଙ୍କ ଉପରକୁ ମାଡ଼ିଯାଉଛି। ତେବେ ସୌଭାଗ୍ୟ ବଶତଃ ସେ ବଞ୍ଚି ଯାଇଥିବାବେଳେ ତାଙ୍କ ଗୋଡ କଟି ଯାଇଛି। ଯୁବକ ଜଣକ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।
ଅଧିକ ପଢନ୍ତୁ: ୫୭ ଦିନ ପରେ ଇରାନ ଜେଲରୁ ମୁକ୍ତ ହେଲେ ଗାଜିଆବାଦର ମର୍ଚ୍ଚାଣ୍ଟ ନେଭି ଇଞ୍ଜିନିୟର କେତନ ମେହେଟା