ଭୁବନେଶ୍ୱର: ଆଜି ବାଲେଶ୍ୱର ଜିଲ୍ଲାର ଶତାଧିକ କର୍ମୀଙ୍କ ସହିତ ପୂର୍ବତନ ବିଜେଡ଼ି ସାଂସଦ ତଥା ବିଜେଡ଼ି ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା ଭାରତୀୟ ଜନତା ଦଳରେ ସାମିଲ ହୋଇଛନ୍ତି । ଅପରାହ୍ନରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମନମୋହନ ସାମଲ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ।
ରବୀନ୍ଦ୍ରଙ୍କ ସହିତ ବିଜୁ ଛାତ୍ର ଜନତା ଦଳର ପୂର୍ବତନ ରାଜ୍ୟ ସମ୍ପାଦକ ରଞ୍ଜିତ କୁମାର ମହାପାତ୍ର, ବାଲେଶ୍ୱର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସଭାପତି ଗଣେଶ ମହାପାତ୍ର, ବାଲେଶ୍ୱର ଅର୍ବାନ କୋଅପରେଟିଭ୍ ସଭାପତି ସୂର୍ଯ୍ୟକାନ୍ତ କର, ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁନୀତା ବେହେରା, ବଡ଼ସାହି ପଞ୍ଚାୟତ ସମିତି ଅଧ୍ୟକ୍ଷା ମୀନତି ସେ, ବେତନଟୀ ପଞ୍ଚୟତ ସମିତି ଅଧ୍ୟକ୍ଷା କୌଶଲ୍ୟା ମାଝୀ ଏବଂ ବସ୍ତା ବ୍ଲକ୍ ଅଧ୍ୟକ୍ଷା ଅଞ୍ଜଳି ଦାଶ ପ୍ରମୁଖ ବିଜେପିରେ ଯୋଗ ଦେଇଛନ୍ତି ।
ପୂର୍ବତନ ସାଂସଦ ରବୀନ୍ଦ୍ରଙ୍କ ବିଜେପିରେ ଯୋଗଦାନ ବିଜେଡ଼ି ପାଇଁ ଏକ ଶକ୍ତ ଝଟକା ହୋଇଛି । କିଛି ଦିନ ତଳେ ଭଦ୍ରକରେ ମଧ୍ୟରେ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା । ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ବିଜେଡ଼ି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ।