ନୂଆଦିଲ୍ଲୀ: ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟରେ କେନ୍ଦ୍ର ସରକାର ଦେଶର ୨୪ଟି ବିମାନବନ୍ଦରକୁ ମେ ୫ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ମେ ୧୦ ପର୍ଯ୍ୟନ୍ତ ବିମାନ ବନ୍ଦର ବନ୍ଦ ରଖିବାକୁ ସ୍ଥିର କରାଯାଇଥିଲା। କିନ୍ତୁ ପାକିସ୍ତାନ ସହ ବଢୁଥିବା ଉତ୍ତେଜନାମୂଳକ ସ୍ଥିତିକୁ ଦେଖି, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏହାର ଅବଧି ତାରିଖ ମେ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ଅନେକ ଏୟାରଲାଇନ୍ସ ଯାତ୍ରୀମାନଙ୍କ ପାଇଁ ଆଡଭାଇଜରି ଜାରି କରିଛି। ଏଥିରେ କୁହାଯାଇଛି ଯେ, ବିମାନବନ୍ଦର ବନ୍ଦ ଏବଂ ସୁରକ୍ଷା ପ୍ରୋଟୋକଲ ବିଷୟରେ ଯାତ୍ରୀଙ୍କୁ ଅବଗତ କରାନ୍ତୁ। ପୂର୍ବରୁ ସମସ୍ତ ଏୟାରଲାଇନ୍ସ ଯାତ୍ରୀଙ୍କୁ କହିଥିଲେ ଯେ କେନ୍ଦ୍ରର ନିର୍ଦ୍ଦେଶ ଅନୁଯାୟୀ, ଯାତ୍ରୀମାନଙ୍କୁ ବିମାନ ଛାଡ଼ିବାର ତିନି ଘଣ୍ଟା ପୂର୍ବରୁ ବିମାନବନ୍ଦରରେ ପହଞ୍ଚିବାକୁ ପଡିବ। ବିମାନ ଛାଡିବାର ୭୫ ମିନିଟ୍ ପୂର୍ବରୁ ଚେକ୍-ଇନ୍ ବନ୍ଦ ହୋଇଯିବ।
ଏୟାର ଇଣ୍ଡିଆ ପୋଷ୍ଟ କରି ଲେଖିଛି ଯେ, ଜମ୍ମୁ, ଶ୍ରୀନଗର, ଲେହ, ଯୋଧପୁର, ଅମୃତସର, ଚଣ୍ଡିଗଡ଼, ଭୁଜ, ଜାମନଗର ଏବଂ ରାଜକୋଟ ଭଳି ଷ୍ଟେସନକୁ ଯାଉଥିବା ଏବଂ ଆସୁଥିବା ଏୟାର ଇଣ୍ଡିଆର ବିମାନଗୁଡ଼ିକୁ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ମେ ୧୫ ସକାଳ ୫ଟା ୨୯ ପର୍ଯ୍ୟନ୍ତ ବାତିଲ କରାଯାଉଛି। ଏହି ସମୟ ମଧ୍ୟରେ ଯାତ୍ରା ପାଇଁ ବୈଧ ଟିକେଟ୍ ରଖିଥିବା ଗ୍ରାହକମାନେ କୌଣସି ଅତିରିକ୍ତ ଶୁଳ୍କ ବିନା ସେମାନଙ୍କର ଟିକେଟ୍ ପୁନଃବୁକ୍ କରିପାରିବେ କିମ୍ବା ଟିକେଟ୍ ବାତିଲ କରି ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ ପାଇପାରିବେ।"
ସେହିପରି ଇଣ୍ଡିଗୋ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଶ୍ରୀନଗର, ଜାମ୍ମୁ, ଅମୃତସର, ଲେହ, ଚଣ୍ଡିଗଡ଼, ଧର୍ମଶାଳା, ବିକାନେର, ଯୋଧପୁର, କିଶାନଗଡ ଏବଂ ରାଜକୋଟକୁ ବିମାନ ଚଳାଚଳ ବାତିଲ କରିସାରିଛି। ଜାମ୍ମୁ, ବିକାନେର୍, ଲେହ, ପୋରବନ୍ଦର ଏବଂ ଅନ୍ୟାନ୍ୟ ସହର ମେ ୧୪ ପର୍ଯ୍ୟନ୍ତ ବନ୍ଦ ରହିବ |