ଆସ୍ତାନା: କାଜାଖସ୍ତାନରେ ୧୨ ଜଣ ସୈନିକ ସମୁଦ୍ରରେ ଭାସିଯାଇ ମୃତ୍ୟୁବରଣ କରିଛନ୍ତି। ଗୁରୁବାର ଦିନ ଅଧିକାରୀମାନେ କହିଛନ୍ତି ଯେ ଏକ ନୌସେନା ତାଲିମ ଅଭ୍ୟାସ ସମୟରେ ଏହି ଦୁର୍ଘଟଣା ଘଟିଥିଲା।
ସରକାର ଟେଲିଗ୍ରାମରେ କହିଛନ୍ତି ଯେ ପଶ୍ଚିମ ମାଙ୍ଗିଷ୍ଟାଉ ଅଞ୍ଚଳରେ ଏକ ଯୁଦ୍ଧ ଅଭ୍ୟାସରେ ସୈନିକମାନେ ଅଂଶଗ୍ରହଣ କରୁଥିଲେ ଯେତେବେଳେ ପାଗ ହଠାତ୍ ଖରାପ ହୋଇଗଲା ଏବଂ ପବନ ବହିଲା। ଫଳସ୍ୱରୂପ, ୧୭ ଜଣ ସୈନିକ ସମୁଦ୍ରରେ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ତିନି ଜଣଙ୍କୁ ଉଦ୍ଧାର କରାଯାଇଛି। ବାକି ଦୁଇଜଣଙ୍କ ସନ୍ଧାନ ଜାରି ରହିଛି। ଏହି ଘଟଣା ପରେ ରାଷ୍ଟ୍ରପତି କାସିମ-ଜୋମାର୍ଟ ଟୋକାୟେଭ ଶୁକ୍ରବାର ଦିନ ଜାତୀୟ ଶୋକ ଦିବସ ଘୋଷଣା କରିଛନ୍ତି।
ଅଧିକ ପଢ଼ନ୍ତୁ: ୪ଟି ହାଇକୋର୍ଟର ୧୨ ଜଣ ଅତିରିକ୍ତ ବିଚାରପତିଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ଅନୁମୋଦନ