ଝୁଲନ୍ତା ଅବସ୍ଥାରେ ମହିଳା ବକ୍ସରଙ୍କ ମୃତଦେହ ଉଦ୍ଧାର । ମହିଳା ଜଣଙ୍କ ବେକରେ ଗାମୁଛା ବାନ୍ଧି ଫ୍ୟାନରେ ଝୁଲିପଡିଥିବା ଦେଖିବାକୁ ମିଳିଛି । ତେବେ ମୃତ ଯୁବତୀ ଜଣଙ୍କ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ଜଗଦଲପୁର ଗାଁର ସରୋଜିନୀ ସୁନ୍ଦର ରାୟ ବୋଲି ଜଣାପଡିଛି । ସରୋଜିନୀ ବକ୍ସିଂ ଓ ଖୋ ଖୋ ଖେଳ ପାଇଁ ରାଜ୍ୟ ସ୍ତରରେ ମନୋନୀତ ହୋଇଥିବା ବେଳେ ଅର୍ଥଅଭାବରୁ ସେ ଖେଳିବାକୁ ଯାଇ ପାରିନଥିଲେ । ଏବଂ କିଛି ଦିନ ହେବ ସେ ଭୁବନେଶ୍ୱର କୋର୍ଟ ପଛପଟେ ଥିବା ହରିହର ବିଦ୍ୟାପୀଠ ନିକଟରେ ଏକ ଭଡା ଘରେ ରହୁଥିଲେ ଓ ଏକ ହୋଟେଲରେ ଚାକିରୀ କରୁଥିଲେ । କିନ୍ତୁ ହଠାତ ସୋମବାର ରାତି ସାଢେ ୮ ଟା ବେଳକୁ ସରୋଜୀନି ଆତ୍ମହତ୍ୟା କରିଥିବା ନେଇ ପୋଲିସକୁ ଖବର ଆସିଥିଲା । ଏବଂ ଖବର ପାଇ ପୋଲିସ , ପରିବାର , ସମ୍ପର୍କିୟ ଘଟଣା ସ୍ଥଳରେ ପହଂଚି କବାଟ ଭାଙ୍ଗି ଦେଖିଲା ବେଳକୁ ସରୋଜିନୀ ବେକରେ ଗାମୁଛା ବାନ୍ଧି ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ତେବେ ପୋଲିସ ସଙ୍ଗେସଙ୍ଗେ ସରୋଜିନୀଙ୍କୁ ଉଦ୍ଧାର କରି ହସ୍ପିଟାଲ ରେ ଭର୍ତି କରିଥିଲେ ସୁଦ୍ଧା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏବଂ ସରୋଜିନୀ ନିଜେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ଆତ୍ମହତ୍ୟା କରିଛନ୍ତି ତାକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
ଅଧିକ ପଢନ୍ତୁ :ଚୋରା କାଠଗଣ୍ଡି ଓ ଚଉକାଠ ଜବତ:ଦୁଇ ଗିରଫ