ବୌଦ୍ଧ ଜିଲ୍ଲା ଚୋରା ଚାଲାଣକାରୀ ମାନଙ୍କ ଭୂସ୍ବର୍ଗ ପାଲଟିଛି । ପ୍ରେତ୍ୟକଗଞେଇ ଠାରୁ ଆରମ୍ଭ କରି ଜଙ୍ଗଲରୁ ମୂଲ୍ୟବାନ କାଠ ହେଉଛି ଚାଲାଣ।
ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ବରପଦର୍ ସେକ୍ସନ ଲମ୍ବସରି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦେମହାନି ଗ୍ରାମ ନିକଟରୁ ଚଉକାଠ ଓ ମୁଣ୍ଡି କାଠର ଗଣ୍ଡି ଜବତ କରାଯିବା ସହ ୨ଜଣ କାଠ ମାଫିଆଙ୍କୁ ଗିରଫ କରା ଯାଇଛି ।
ବୌଦ୍ଧ ଡିଏଫଓ ଦେବପ୍ରିୟ କମ୍ପଙ୍କ ନିର୍ଦ୍ଦେଶରେ କଣ୍ଟାମାଳ ରେଞ୍ଜରଙ୍କ ନେତୃତ୍ୱରେ ଦୁଇ ଜଣ ଚୋରାଚାଲାଣକାରୀ କାଠ ଚାଲାଣ କରୁଥିବା ଖବର ପାଇ ବନବିଭାଗ କର୍ମଚାରୀ ମାନେ ତୁରନ୍ତ ଚଢଉ କରି ଚୋରା କାଠ ଜବତ କରିଥିଲେ । ଗିରଫ କାଠମାଫିଆଙ୍କ ନାମ ହେଉଛି ମନୋଜ ସାହୁ ଓ ଦୁର୍ଯୋଧନ ପୋଢ଼ । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବନବିଭାଗ ଅଧିକାରୀ ଜଣାଇଛନ୍ତି। ଏହି ଚଢ଼ାଉରେ ବରପଦର୍ ଫରେଷ୍ଟର ବୁଲି ବେହେରା, ଫରେଷ୍ଟଗାର୍ଡ ସୁନୀଲ କୁମାର ପ୍ରଧାନ, ବିଶ୍ଵଜିତ ନାଏକ୍ ଏବଂ ବନକର୍ମଚାରୀ ମାନେ ଟିମ୍ ରେ ସାମିଲ ଥିଲେ ।