ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ପୂର୍ବାହ୍ନରେ ଘଟିଛି ଅଘଟଣ । ଦାରୁଠେଙ୍ଗ କେନାଲ ପାଣିରେ ବୁଡ଼ି ଜଣେ ନାବାଳଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଭୁବନେଶ୍ବର ଡମଣା ଗାଁର ୧୨ ବର୍ଷିୟ ପ୍ରକାଶ ସେଠୀ । ସେ ସାଙ୍ଗମାନଙ୍କ ସହ କେନାଲକୁ ଗାଧୋଇବାକୁ ଯାଇ ପାଣିରେ ଭାସିଯାଇଥିଲେ ।
ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରିଥିଲା। ପ୍ରାୟ ଘଣ୍ଟାଏ ପରେ ତାଙ୍କୁ ଉଦ୍ଧାର କରାଯାଇ ଦାରୁଠେଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।