ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସୁଥିବା ବିମାନ ଭୁବନେଶ୍ୱର ବଦଳରେ କୋଲକାତାରେ ଜରୁରୀ ଅବତରଣ କରିଛି । ଖରାପ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ବିମାନ କୋଲକାତାରେ ଅବତରଣ କରିଛି । ମୁଖ୍ୟମନ୍ତ୍ରୀ କୋଲକାତାରୁ ଭୁବନେଶ୍ୱର ଆସିବେ । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ମୁଖ୍ୟମନ୍ତ୍ରୀ ଚାରି ଦିନିଆ ଦିଲ୍ଲୀ ଗସ୍ତରେ ଥିଲେ । ଆୟୋଜିତ ସେମିକନ କନଫରେନ୍ସ ଏବଂ ଜିଏସଟି ପରିଷଦ ବୈଠକରେ ଯୋଗ ଦେଇଥିଲେ । ଏହା ସହିତ ବିଭିନ୍ନ ନେତୃବୃନ୍ଦଙ୍କୁ ମଧ୍ୟ ଭେଟିଥିଲେ । ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି ।