ପାରାଦୀପ: ପାରାଦୀପ ପୋର୍ଟରେ ଶୁକ୍ରବାର ଏକ ଅଘଟଣ ଘଟିଛି । ପୋର୍ଟରେ ଲାଗିଥିବା ଏକ ଜାହାଜରୁ ୨ ଜଣ କ୍ରିୟୁ ମେମ୍ବର ଖସିପଡ଼ିଛନ୍ତି । ଜଣେ କ୍ରିୟୁ ମେମ୍ବରକୁ ଉଦ୍ଧାର କରାଯାଇଥିବା ବେଳେ ଏବେବି ଜଣେ ନିଖୋଜ ଅଛନ୍ତି। ସିଆଇଏସଏଫ ଓ ମେରାଇନ୍ ପୋଲିସ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପାରାଦୀପ ପୋର୍ଟ ବର୍ଥରେ ଅଘଟଣ ଘଟିଛି । ୨ ଜଣ କ୍ରିୟୁ ମେମ୍ବର ଚୀନର ନାଗରିକ ହୋଇଥିବା ସୂଚନା ରହିଛି । ଦୁଇ ଜଣ କିପରି ପାଣିରେ ପଡ଼ିଲେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ ।