ଭୁବନେଶ୍ୱର: ପାର୍ବଣ ପୂର୍ବରୁ କମିଶନରେଟ୍ ପୋଲିସର ଚିନ୍ତା ବଢ଼ାଇଛନ୍ତି ଲୁଟେରା ଗ୍ୟାଙ୍ଗ । ଦିନ ଦ୍ୱିପ୍ରହରରେ ରାଜଧାନୀର ୮ଟି ପ୍ଲାଟରେ କଳା କନା ବୁଲାଇଛନ୍ତି ଲୁଟେରା । ଯାହା ଏବେ ପୋଲିସ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି ।
ଚନ୍ଦକା ଥାନା ଅଞ୍ଚଳରେ ଏକ ଆପାର୍ଟମେଣ୍ଟରୁ ୮ଟି ଫ୍ଲାଟରୁ ସିରିଜ୍ ଚୋରି ହୋଇଛି । ତିନୋଟି ଫ୍ଲାଟରେ ଚୋରମାନେ ଚୋରି କରିପାରି ନଥିବାବେଳେ ଅନ୍ୟ ୫ଟି ଫ୍ଲାଟରୁ ଟଙ୍କା ଓ ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏ ନେଇ ପୋଲିସକୁ ଖବର ଦିଆଯିବା ପରେ ପୋଲିସ ଖୋଳତାଡ଼ ଆରମ୍ଭ କରିଛି । ସିସିଟିଭିରେ ଦୁଇ ଜଣ ଲୁଟେରାଙ୍କ କାର୍ଯ୍ୟକଳାପ କଏଦ୍ ହୋଇଛି ।
ଅନ୍ୟପକ୍ଷରେ ଲୁଟରେ କେହି ସ୍ଥାନୀୟ ଲୋକଙ୍କ ସମ୍ପୃକ୍ତିକୁ ସନ୍ଦେହ କରିଛନ୍ତି ପଡ଼ୋଶୀ ଲୋକ । ସ୍ପଷ୍ଟ ଦିବାଲୋକରେ ଏପରି ଲୁଟକୁ ନେଇ ରାଜଧାନୀବାସିନ୍ଦାକୁ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏ ନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।