ସମ୍ବଲପୁର: ଆସନ୍ତା ରବିବାର ଅର୍ଥାତ ସେପ୍ଟେମ୍ବର ୭ ତାରିଖ ଭାଦ୍ରବ ପୂର୍ଣ୍ଣିମାରେ ପ୍ରଥମ ଚନ୍ଦ୍ରଗ୍ରହଣ ପଡୁଛି । ଏହାକୁ ଦୃଷ୍ଟିରେ ରଖି ମା ସମଲେଶ୍ୱରୀଙ୍କ ମନ୍ଦିରରେ ଦେବନୀତିରେ ପରିବର୍ତ୍ତନ କରାଯାଇଛି । ରବିବାର ପୂର୍ବାହ୍ନ ୧୧:୪୫ ସମୟରୁ ଦର୍ଶନ ବନ୍ଦ ରହିବ । ଏହାସହ ୧୨ଟା ସମୟରେ ଅନ୍ନ ଭୋଗ ଲାଗିଲା ପରେ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ । ସୋମବାର ୮ ତାରିଖ ଭୋର ୪:୩୦ରୁ ମନ୍ଦିର ଶୋଧନ ପରେ ଭୋର ୫ଟାରେ ମଙ୍ଗଳ ଆଳତି ଓ ନିତ୍ୟ ନୀତିକାନ୍ତି ପରେ ଦର୍ଶନ ଆରମ୍ଭ ହେବ । ଏନେଇ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ସୂଚନା ପ୍ରଦାନ କରିଛନ୍ତି ।
ଭାଦ୍ରବ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତଥା ଭାଗବତ ଜନ୍ମରେ ପଡୁଛି ପ୍ରଥମ ଚନ୍ଦ୍ର ଗ୍ରହଣ । ତେବେ ଭାଦ୍ରବ ପୂର୍ଣ୍ଣିମାରେ ହେବାକୁଥିବା ଚନ୍ଦ୍ର ଗ୍ରହଣ ହେଉଛି ରାହୁ ଗ୍ରାସ ଚନ୍ଦ୍ର ଗ୍ରହଣ । ତେବେ ଚନ୍ଦ୍ର ଗ୍ରହଣ ରାତି ୯ଟା ୫୭ ମିନିଟ ୨୨ ସେକେଣ୍ଡରୁ ରାତି ୧ଟା ୨୭ ମିନିଟ ୧୭ ସେକେଣ୍ଡ ପର୍ଯ୍ୟନ୍ତ ଅର୍ଥାତ ଦୀର୍ଘ ସାଢେ ତିନିଘଣ୍ଟା ଧରି ଏହା ଲାଗି ରହିବ ।
ଅଧିକ ପଢନ୍ତୁ: ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ପରିସର ଫଟୋ