ପୁରୀ : ପୁଣି ଥରେ ଭାଇରାଲ ହେଲା ଶ୍ରୀଜଗନ୍ନାଥ ମନ୍ଦିର ପରିସର ଭିତରୁ ଫଟୋ । ମହାରାଷ୍ଟ୍ର ଭକ୍ତ ଵୈଭବ ଦୁରେ ପାଟିଲ ଏହି ଫଟୋ ଭାଇରାଲ କରିଥିବା ଜଣାପଡିଛି। ମନ୍ଦିର ପରିସରରେ ଥିବା ଛାତ ଉପରେ ଛିଡାହୋଇ ଫଟୋ ଉଠାଇଥିବା ସୂଚନା ମିଳିଛି। ଫଟୋକୁ ସେ ନିଜ ଇନଷ୍ଟାଗ୍ରାମ ଆଇଡିରେ ପୋଷ୍ଟ କରିଛନ୍ତି।
ତେବେ କେମିତି ଓ କିପରି ମୋବାଇଲ କିମ୍ବା କ୍ୟାମେରା ନେଇ ଶ୍ରୀମନ୍ଦିରରେ ପ୍ରବେଶ କଲେ ଯୁବକ ଜଣଙ୍କ, ତାକୁ ନେଇ ପ୍ରଶ୍ନ ଉଠିଛି । ବାରମ୍ବାର ବାରଣ ସତ୍ୱେ ଏପରି ତ୍ରୁଟି କିପରି ହେଉଛି, ତାକୁ ନେଇ ପ୍ରଶ୍ନ ଉଠୁଛି । ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ବହୁବାର ଭିତର ଫଟୋ ଭାଇରାଲ ହୋଇଛି । ଗତ ସପ୍ତାହରେ ମଧ୍ଯ ଜଣେ ଭକ୍ତ ହିଡେନ କ୍ୟାମେରା ଧରି ମନ୍ଦିର ପରିସରକୁ ଯାଇ ଭିଡିଓ କରିଥିଲେ।