ନୂଆଦିଲ୍ଲୀ: ଯେଉଁଠି ସୋସିଆଲ୍ ମିଡିଆ ଉପରେ ସାରା ଦୁନିଆ ଚାଲିଛି, ସେଇଠି ନେପାଳ ସରକାର ସୋସିଆଲ୍ ମିଡ଼ିଆ ଉପରେ କଟକଣା ଲଗାଇବା ଭଳି ବଡ଼ ନିଷ୍ପତ୍ତି ନେଇଛନ୍ତି । ହ୍ୱାଟସ୍ଆପ୍, ମେଟା (ଫେସବୁକ୍), ୟୁଟ୍ୟୁବ୍ ଏବଂ ଏକ୍ସ ସମେତ ୨୬ଟି ସାମାଜିକ ଗଣମାଧ୍ୟମ ବନ୍ଦ କରିବାକୁ ଟେଲିକମ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସମ୍ବାଦ ସରାବରାହ ସଂସ୍ଥା ଏଏନ୍ଆଇର ସୂଚନା ମୁତାବକ, ନେପାଳ ସରକାର ସାମାଜିକ ଗଣମାଧ୍ୟମ କମ୍ପାନୀକୁ ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ କୌଣସି କମ୍ପାନୀ ସରକାରୀ ନିର୍ଦ୍ଦେଶକୁ ଭ୍ରୁକ୍ଷେପ କରିନଥିଲେ । ଶେଷ ତାରିଖ ପରେ ସରକାର ସମସ୍ତ କମ୍ପାନୀଙ୍କୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।