କଟକ : ଦୁର୍ଗାପୂଜା ପୂର୍ବରୁ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି। କଟକର ୬ଟି ସ୍ଥାନରେ ସୁଉଚ୍ଚ ତୋରଣ ପାଇଁ ମିଳିଲା ଅନୁମତି। ରାଣୀହାଟ, ଚାନ୍ଦିନୀଚୌକ, ବାଦାମବାଡ଼ି ଦୁର୍ଗାପୂଜା ପାଇଁ ହାଇକୋର୍ଟ ଅନୁମତି ଦେଇଛନ୍ତି। ସେହିପରି ଖାନ୍ନଗର, ମାଲଗୋଦାମ, ଶିଖରପୁର ପାଇଁ ମଧ୍ୟ ଅନୁମତି ଦିଆଯାଇଛି। ଦୁଇଟି ପର୍ଯ୍ୟାୟରେ ଅନୁମତି ନେଇ ହାଇକୋର୍ଟ ଆଜି ସ୍ପଷ୍ଟ କରିଛନ୍ତି ।
ସୂଚନା ଅନୁସାରେ ରାସ୍ତା ଉପରେ ତୋରଣ ନିର୍ମାଣ ଉପରେ ରୋକ ଲଗାଇଥିଲେ ହାଇକୋର୍ଟ। ତେବେ ଅନୁମତି ନେଇ ନିର୍ମାଣ କରିହେବ ତୋରଣ ବୋଲି ଓଡିଶା ହାଇକୋର୍ଟ ପୁଣି ଶୁଣାଣି କରିଛନ୍ତି । କଟକ ସହର ସମସ୍ୟା ଶୁଣାଣି ସମୟରେ ଏହି ଅନୁମତି ଦେଇଛନ୍ତି ହାଇକୋର୍ଟ ।
ଦୁର୍ଗାପୂଜା ପାଇଁ କଟକ ସହର ପ୍ରସିଦ୍ଧ ଓ ସର୍ବ ପୁରାତନ। ଏଠାରେ ମା’ଙ୍କ ପୂଜା ବହୁ ଆଡମ୍ବରରେ ହୋଇଥାଏ। ଏଠାକାର ସୁ-ଉଚ୍ଚ ତୋରଣ ଓଡ଼ିଶା ପ୍ରସିଦ୍ଧ। ତେବେ ନିକଟରେ ଏହି ତୋରଣ ନିର୍ମାଣ ଉପରେ ରୋକ ଲଗାଇଥିଲେ ହାଇକୋର୍ଟ। ଯାହାକୁ ନେଇ କଟକବାସୀ ଓ ପୂଜା କମିଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ତେବେ ଓଡିଶା ହାଇକୋର୍ଟଙ୍କ ସୁ-ଉଚ୍ଚ ତୋରଣ ନେଇ ଏହି ନିଷ୍ପତ୍ତି ପରେ ସହରବାସୀ ଓ ପୂଜା କମିଟିମାନଙ୍କ ମଧ୍ୟରେ ଆନନ୍ଦ ଖେଳି ଯାଇଛି ।