ଭୁବନେଶ୍ୱର: ଆସନ୍ତା ୧୭ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ । ଏହି ଦିନ ରାଜ୍ୟ ସରକାର ବଣ୍ଟାଯିବ ୫୦ ହଜାର ଅନ୍ତ୍ୟୋଦୟ ଘର । ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ‘ମୋଦିଙ୍କ ଜନ୍ମଦିନରେ ଅନ୍ତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ଦିଆଯିବ। ପୂର୍ବରୁ ୧ ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ଯୋଜନାରେ ସାମିଲ୍ କରାଯାଇଛି। ନଭେମ୍ବରରେ ଦିଆଯିବ ପିଏମ୍ ଆବାସର କାର୍ଯ୍ୟାଦେଶ।’ ସେହିପରି ନୂଆ ପିଏମ୍ ଆବାସ ସର୍ଭେରେ ଆବେଦନ କରିଥିଲେ ୩୫ ଲକ୍ଷ ହିତାଧିକାରୀ।‘ ନଭେମ୍ବର ସୁଦ୍ଧା ସମସ୍ତ ପ୍ରକ୍ରିୟା ସରିବ ଏବଂ କାର୍ଯ୍ୟାଦେଶ ପ୍ରକ୍ରିୟା ଆରମ୍ଭ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ଅନ୍ତୋଦୟ ଗୃହ ଯୋଜନାରେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦେବା ନେଇ ରାଜ୍ୟ ସରକାର ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ରର ବିଭାଗୀୟ ଅଧିକାରୀଙ୍କ ସହ ଏନେଇ ଆଲୋଚନା ହୋଇଛି । ନଭେମ୍ବର ମାସ ପର୍ଯ୍ୟନ୍ତ ସବୁ ପ୍ରକ୍ରିୟା ଶେଷ ହେବ ବୋଲି କହିଛନ୍ତି ମନ୍ତ୍ରୀ । ନୂଆ ସର୍ଭେ ଅନୁଯାଇ ୩୫ ଲକ୍ଷ ଆବେଦନ ଆସିଛି, ୩ ଲକ୍ଷ ଅନଲାଇନରେ ଆସିଛି । ମୋବାଇଲ ଓ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ଚି଼ହ୍ନଟ ହୋଇଛି। ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଅନ୍ତୋଦ୍ୟାୟ ଗୃହ ଯୋଜନାରେ ସାମିଲ କରାଯାଇଛି।