ସମ୍ବଲପୁର: ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳ ସ୍ତର ବୃଦ୍ଧି ପାଇଛି । ଶୁକ୍ରବାର ସକାଳୁ ପୁଣି ୪ଟି ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ମୋଟ ୨୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି ।
ହୀରାକୁଦର ବାମ ପାର୍ଶ୍ୱର ୧୩ଟି ଏବଂ ଡାହାଣ ପାର୍ଶ୍ୱର ୭ଟି ଗେଟ୍ ଦେଇ ବନ୍ୟା ଜଳ ଛଡ଼ାଯାଉଛି । ବର୍ତ୍ତମାନ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୯ ହଜାର ୫୧୨ ଘନ ଫୁଟ୍ ଦେଇ ବନ୍ୟା ଜଳ ପ୍ରବେଶ କରୁଥିବାବେଳେ ୨ ଲକ୍ଷ ୨୭ ହଜାର ୩୦୮ ଜଳ ନିଷ୍କାସିତ ହେଉଛି । ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବାବେଳେ ବର୍ତ୍ତମାନ ଜଳ ସ୍ତର ୬୨୬.୭୨ ଫୁଟ୍ ରହିଛି । ମାତ୍ର ମହାନଦୀରେ ବନ୍ୟା ଆଶଙ୍କା ନାହିଁ ବୋଲି କୁହାଯାଇଛି । ଗତକାଲି ସୁଦ୍ଧା ମୋଟ ୧୬ଟି ଗେଟ୍ ଖୋଲାଯାଇଥିଲା ।