ଭୁବନେଶ୍ୱର: ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟରେ ଗଡ଼ିବ ବିଦ୍ୟୁତ ଚାଳିତ ବସ୍ ବା ଇ-ବସ୍ । ରାଜ୍ୟକୁ ୬୦୦ଟି ଇ-ବସ୍ ଆସିବା ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।
ମନ୍ତ୍ରୀ ଶ୍ରୀ ମହାପାତ୍ର, କହିଛନ୍ତି ପରିବେଶ ସୁରକ୍ଷା ପାଇଁ ରାଜ୍ୟରେ ଇ-ବସ୍ ଅଧିକ ପ୍ରଚଳନ କରିବାକୁ ଯୋଜନା କରାଯାଉଛି । ଓଡ଼ିଶାରେ ପ୍ରାୟ ୧ ହଜାର ଇ-ବସ୍ର ଆବଶ୍ୟକତା ରହିଛି । ମୋଟ ୬୦୦ଟି ଇ-ବସ୍ ଜନସାଧାରଣଙ୍କ ସେବାରେ ଲାଗିବ । କେନ୍ଦ୍ର ସରକାର ୪୦୦ଟି ଇ-ବସ୍ ଦେଉଥିବାବେଳେ ଆଗକୁ ରାଜ୍ୟ ସରକାର ଆଉ ୨୦୦ଟି ବସ୍ ଆଣିବେ । ଏବେ ୨୫ଟି ଇ-ବସ୍ ଓଡ଼ିଶା ଅଣାଯାଉଛି । ଯାହା ସମ୍ବଲପୁର ଜିଲ୍ଲାକୁ ଦିଆଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ଜିଲ୍ଲାମାନଙ୍କୁ ଇ-ବସ୍ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।