ବ୍ରହ୍ମପୁର: ବହୁ ଚର୍ଚ୍ଚିତ ପୋଲିସ ସବ୍ଇନସ୍ପେକ୍ଟର ପରୀକ୍ଷା ଘୋଟାଲାରେ ଗିରଫ ଦଲାଲ ଏବଂ ପରୀକ୍ଷାର୍ଥୀଙ୍କୁ ଶକ୍ତ ଝଟକା ଲାଗିଛି । ବ୍ରହ୍ମପୁର ଜେଏମ୍ଏଫସି କୋର୍ଟ ସମସ୍ତ ଏକକାଳୀନ ୧୧୯ ଜଣଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି । ଗିରଫଙ୍କ ମଧ୍ୟରେ ୧୧୪ ପରୀକ୍ଷାର୍ଥୀ ଓ ୫ ଦଲାଲ ରହିଛନ୍ତି ।
ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ଦ୍ୱାରା ପରିଚାଳିତ ଏସ୍ଆଇ ପରୀକ୍ଷା ଜାଲିଆତି ମାମଲାରେ ବ୍ରହ୍ମପୁର ପୋଲିସ ୧୧୪ ପରୀକ୍ଷାର୍ଥୀଙ୍କ ସମେତ ଦୁଇ ଜଣ ଦଲାଲଙ୍କୁ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମରୁ ଗିରଫ କରିଥିଲା । ଏହା ସହିତ ପରବର୍ତ୍ତୀ ସମୟରେ ଆହୁରି 6 ଜଣ ଦଲାଲ ଗିରଫ ହୋଇଛନ୍ତି । ପଞ୍ଚସଫ୍ଟ ମୁଖ୍ୟ ଶଙ୍କର ଏବଂ ସହଯୋଗୀ ମୁନା ଏଯାଏ ଫେରାର ଅଛନ୍ତି । କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ କରୁଛି ।