ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗୋଲରା ଅଂଚଳରେ ଏକ ଅଘଟଣ ଘଟିଯାଇଛି । ଫାଇନାନ୍ସ କର୍ମଚାରୀଙ୍କ ଆକ୍ରମଣରେ ମାମୁଁ ଓ ଭଣଜା ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି କରାଯାଇଥିବା ବେଳେ ଘଟଣାସ୍ଥଳରେ ଫାଇନାନ୍ସ କର୍ମଚାରୀ ଫେରାର ହୋଇଯାଇଛନ୍ତି ।
ସୂଚନା ଅନୁସାରେ, ଅଜୀବ ଜେନା ଓ ତାଙ୍କ ଭଣଜା ଏକ ସ୍କୁଟିରେ ତାଙ୍କ ପୁଅକୁ ନେଇ ଡାକ୍ତରଖାନା ଯାଉଥିଲେ । ଏହି ସମୟରେ ହାତିଆ ଛକ ନିକଟରେ ଫାଇନାନ୍ସ କର୍ମଚାରୀ ତାଙ୍କୁ ଅଟକାଇଥିଲେ । ଏହାପରେ ଗାଡି କିସ୍ତିକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ସୃଷ୍ଟି ହୋଇଥିଲା ।
ତେବେ ଲୋକମାନେ ଆସିବା ଯୋଗୁଁ ଅଜୀବ ଡାକ୍ତରଖାନା ଛାଡି ପଳାଇ ଯାଇଥିବା ବେଳେ ଫାଇନାନ୍ସ କର୍ମଚାରୀ ଜଣଙ୍କ ତାଙ୍କ ପିଛା ଛାଡିନଥିଲେ । ଏହାପରେ ପୁଣି କେରାଣ୍ଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ପାଟିତୁଣ୍ଡ ହୋଇଥିବା ବେଳେ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ । ଯାହା ଫଳରେ ଉଭୟ ମାମୁଁ ଓ ଭଣଜା ଗୁରୁତର ଆହତ ହୋଇଥିଲେ । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଫାଇନାନ୍ସ କର୍ମଚାରୀଙ୍କ ବାଇକକୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।
ଅଧିକ ପଢନ୍ତୁ: ବାଲିଯାତ୍ରା ପଡିଆରେ ଉଡିବ ନାହିଁ ଡ୍ରୋନ୍ : ନିର୍ଦ୍ଦେଶନାମା ଜାରି କଲେ କଟକ ଜିଲ୍ଲାପାଳ