ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ୍ ସନ୍ତୋଷ। ରାଜ୍ୟ ବିଜେପି କାଯ୍ୟାଳୟରେ ହେବାକୁ ଥିବା ପ୍ରଶିକ୍ଷଣ ଶିବିରରେ ସାମିଲ ହେବେ। ତାଙ୍କ ସହ ରାଷ୍ଟ୍ରୀୟ ସଂଗଠକ ଭି. ସତୀଶ ମଧ୍ୟ ଯୋଗ ଦେବେ। ଏନେଇ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ସୂଚନା ଦେଇଛନ୍ତି।
କାଲି ରାଜ୍ୟ ବିଜେପି ଅଫିସରେ ଜନଜାତି ବିଧାୟକ ଓ ସାଂସଦଙ୍କୁ ପ୍ରଶିକ୍ଷଣ ଦିଆଯିବ। ନିଜ ଅଂଚଳର ୨୦ରୁ ୨୫ ଗାଁକୁ ପୋଷ୍ୟ ଭାବେ ଗ୍ରହଣ କରିବା ନେଇ ବିଷୟକ ଓ ସାଂସଦଙ୍କୁ ପରାମର୍ଶ ଦିଆଯିବ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏହି ବୈଠକରେ ସାମିଲ ହେବେ।