ଭୁବନେଶ୍ୱର : ଆସନ୍ତାକାଲି ରାଜ୍ୟ କାର୍ଯ୍ୟାଳୟରେ ବିଜେପି କୋର୍ କମିଟି ବୈଠକ ଅନୁଷ୍ଠିତ ହେବ। ଏନେଇ ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ସୂଚନା ଦେଇଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପି ସଭାପତିଙ୍କ ଅଧ୍ୟକ୍ଷତାରେ କୋର୍ କମିଟି ବୈଠକ ବସିବ। ଦୁଇ ପ୍ରଭାରୀଙ୍କ ସହ ସମସ୍ତ କୋର୍ କମିଟିର ସଦସ୍ୟ ଉପସ୍ଥିତ ରହିବେ। ନୂୂଆପଡା ଉପନିର୍ବାଚନ ନେଇ ବୈଠକରେ ଆଲୋଚନା ହେବ। ସମ୍ଭାବ୍ୟ ପ୍ରାର୍ଥୀ ତାଲିକାକୁ ନେଇ ବୈଠକରେ ମାନସ ମନ୍ଥନ ହୋଇପାରେ ବୋଲି ସୂଚନା ରହିଛି।
ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଛନ୍ତି ଯେ ନୂଆପଡ଼ା ଉପନିର୍ବାଚନ ପାଇଁ ଖୁଵ୍ ଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବିଜେପି। କୋର କମିଟି ବୈଠକରେ ଏନେଇ ଆଲୋଚନା ହେବ। ବହୁତ ଆଶାୟୀଙ୍କ ନାମ ରହିଛି, ଆଲୋଚନା ହେବ ବୋଲି ତୋମାର କହିଛନ୍ତି।
ସେହିପରି ଆସନ୍ତାକାଲି ବିଜେପିର ରାଷ୍ଟ୍ରୀୟ ମହାମନ୍ତ୍ରୀ ବିଏଲ ସନ୍ତୋଷ ଓଡ଼ିଶା ଗସ୍ତରେ ଆସି ଜନଜାତି ବିଧାୟକ ଏବଂ ସାଂସଦଙ୍କୁ ପ୍ରଶିକ୍ଷଣ ଦେବେ l ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି l